–ସମ୍ଭାବ୍ୟ ବାତ୍ୟାକୁ ଦେଖି ରାଜ୍ୟର ସବୁ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲୋ ବିପଦ ସଙ୍କେଦ।
–ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ଆସିବ ଆଉ ୧୦ ଏନ୍ଡିଆର୍ଏଫ୍ ଟିମ। ଓଡ଼ିଶାକୁ ୨୨ଟି ଟିମ୍ ଯାଇଥିଲେ, ଏସ୍ଆର୍ସି ଆଉ ୧୦ଟିମ୍ ମାଗିଛନ୍ତି। ଓଡ଼ିଶା ପାଇଁ ୩୨ଟି ଏନ୍ଡିଆର୍ଏଫ୍ ଟିମ୍ ପ୍ରସ୍ତୁତ କରାଯାଇଛି-ଏନ୍ଡିଆର୍ଏଫ୍ ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କ ସୂଚନା।
– ବାତ୍ୟା ‘ୟସ’ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା
– ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ସମ୍ପର୍କରେ ଅବଗତ କରାଗଲା, ଠିକଣା ସମୟରେ ସ୍ଥାନାନ୍ତରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ
– ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ନ ହେବା ଉପରେ ଗୁରୁତ୍ବରାରୋପ,ବାତ୍ୟା ଯୋଗୁଁ କୋଭିଡ ଚିକିତ୍ସା ସେବା ବାଧାପ୍ରାପ୍ତ ନ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
– ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ, ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ।
–ଅବପାତର ରୂପ ନେଲା ଲଘୁଚାପ ; ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ପୂର୍ବ ଓ ପର ୬ ଘଣ୍ଟାରେ ବାତ୍ୟାର ବେଶି ପ୍ରଭାବ ପଡ଼ିବ।
– ଲ୍ୟାଣ୍ଡଫଲବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ, ବେଳେବେଳେ ଝଟକା ପବନର ବେଗ ୧୮୫ କିଲୋମିଟର ଛୁଇଁବ।
–ବାତ୍ୟା ୟସର ମୁକାବିଲା ନେଇ ବାଲେଶ୍ଵରରେ ସମୀକ୍ଷା କଲେ ଏସଆରସି
–ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀଙ୍କ ସହ ଆଲୋଚନା
– ବାତ୍ୟା ପ୍ରଭାବରେ ୪ ଜିଲା ବେଶି ପ୍ରଭାବିତ ହେବ
– ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକା ପବନ ସହ ପ୍ରବଳ ବର୍ଷା ହେବ।
– ବାତ୍ୟା ପାଇଁ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ
– ରାଜ୍ୟରେ ୨୦ ଦିନ ପାଇଁ ସମସ୍ତ ନିତ୍ୟବ୍ୟବହାର୍ୟ୍ୟ ଦ୍ରବ୍ୟ ମହଜୁଦ, ବାତ୍ୟା ୟସକୁ ନେଇ କୌଣସି ଦ୍ରବ୍ୟର ଦର ବଢିବାର ନାହିଁ, କଳାବଜାରୀ କଲେ ତୁରନ୍ତ ପଦକ୍ଷେପ-ବ୍ୟବସାୟୀ ମହାସଂଘ



