www.samajalive.in
Monday, December 8, 2025
20.1 C
Bhubaneswar

ସମ୍ଭାବ୍ୟ ବାତ୍ୟାକୁ ନେଇ ବିଦ୍ୟୁତ୍‍ ବିଭାଗର ପ୍ରସ୍ତୁତି, ବିଦ୍ୟୁତ୍‍ ଉପକରଣର ସୁରକ୍ଷା ପାଇଁ ସହଯୋଗ କାମନା

ପିପିଲି:ସମ୍ଭାବ୍ୟ ବାତ୍ୟା ‘ୟସ’ର ସଫଳ ମୁକାବିଲା ପାଇଁ ନିମାପଡା ବିଦ୍ୟୁତ୍‍ ଡିଭିଜନ୍‍ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଏହା ଅଧିନରେ ଥିବା ୧୦ଟି ୩୩କେଭି ଫିଡର ଏବଂ ୫୮ଟି ୧୧କେଭି ଫିଡର ର ସମସ୍ତ ଲାଇନ୍‍କୁ ଗଛମୁକ୍ତ କରାଯାଇଥିବା ସଂପର୍କରେ ନିର୍ବାହୀ ଯନ୍ତ୍ରୀ ଦୁର୍ଗା ପ୍ରସାଦ ଦାସ ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟା ‘ୟସ’ କୁ ଦୃଷ୍ଟିରେ ରଖି ନିମାପଡା ବିଦ୍ୟୁତ୍‍ ଡିଭିଜନ୍‍ ଅଧିନରେ ଥିବା ନିମାପଡା, ପିପିଲି, ଗୋପ, କାକଟପୁର, କୋଣାର୍କ, ଅସ୍ତରଙ୍ଗ, ବାଲିପାଟଣା ଆଦି ସମସ୍ତ ଅଞ୍ଚଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆବଶ୍ୟକୀୟ ସମସ୍ତ ଉପକରଣ, ସାମଗ୍ରୀ ଓ ମାନବସମ୍ବଳ ଆଦି ପ୍ରସ୍ତୁତ ରଖାଯାଇଛି। ଟାଟା ପାୱାର ନିଜର ବିଜିନେସ୍‍ ଆସୋସିଏଟ୍‍ ମାଧ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ସ୍ଥଳେ ଯଥାସମ୍ଭବ କୁଶଳୀ କର୍ମୀ ଓ ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ବିଦ୍ୟୁତ୍‍ ପୁନଃସଂଯୋଗ କରିବାକୁ ପ୍ରତିଶୃତିବଦ୍ଧ ଅଛି। ସମ୍ଭାବ୍ୟ ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ବିଦ୍ୟୁତ ଉପକରଣ ଯେପରିକି ବିଦ୍ୟୁତ ତାର, କେବୁଲ, ଲୁହା ଖୁଣ୍ଟ ଆଦି ବହୁମୂଲ୍ୟ ସାମାଜିକ ସମ୍ପତ୍ତିକୁ ସୁରକ୍ଷିତ କରି ରଖିବା ପାଇଁ ନିର୍ବାହୀ ଯନ୍ତ୍ରୀ ଶ୍ରୀଦାସ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଯାହାଫଳରେ ବିପର୍ଯ୍ୟୟ ପରବର୍ତ୍ତୀ ଅବସ୍ଥାରେ ବିଭାଗ ସେସବୁକୁ ଉପଯୋଗ କରି ବିଜୁଳି ପରି ଏକ ଅତ୍ୟାବଶ୍ୟକୀୟ ସେବାକୁ ଉପଲବ୍ଧ କରାଇବାରେ ସକ୍ଷମ ହୋଇପାରିବ। କୋଭିଡ୍‍ ପରିସ୍ଥିତିରେ ଏଭଳି ବିପର୍ଯ୍ୟୟ ସମୟରେ ଶ୍ରୀଦାସ ବିଭାଗର ସମସ୍ତ କର୍ମକର୍ତ୍ତା, ଆବଶ୍ୟକସ୍ଥଳେ ଉପଯୋଗ ହେବାକୁ ଆସୁଥିବା ସମସ୍ତ ବିଦ୍ୟୁତ୍‍ କର୍ମୀ ଓ ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories