BJD Bijuli 480×75 Mob

କରୋନାରେ ଦୁଗ୍ଧ ଚାଷୀଙ୍କ ମୃତ୍ୟୁ

BJD Bijuli 480×75 Mob

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ତାମ୍ପରସରା ଗ୍ରମର ଜଣେ ସଫଳ ଦୁଗ୍ଧ ଚାଷୀ ବଳରାମ ଦାଶ (୬୧)ଙ୍କ ଆଜି ଦେହାନ୍ତ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ବରଗଡ଼ ଖେଦାପକ୍ଷଳିରେ ଚିକିତ୍ସିତ ହେଉଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଜଣେ ସଫଳ ଦୁଗ୍ଧ ଚାଷୀ ଥିଲେ। ତାଙ୍କ ବିୟୋଗରେ ପରିବାର ବର୍ଗ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.