www.samajalive.in
Monday, December 8, 2025
20.1 C
Bhubaneswar

ବିଜୁ ଛାତ୍ର ଜନତା ପକ୍ଷରୁ ବିଶୋଧନ ଓ ସଚେତନତା କାର୍ଯ୍ୟକ୍ରମ

ଆଠଗଡ : ଆଠଗଡ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଶୁକ୍ରବାର ବ୍ୟାପକ ସଚେତନତା ଓ ବିଶୋଧନ କାର୍ଯ୍ୟକ୍ରମ କରାଯାଇଛି। ଆଠଗଡ ସହରର କନ୍ତୋଲ, ହେମମାଳପୁର, ପଦ୍ମସାହି, ଉପରସାହି, ଗଦାସାହି, ଅଶୋକନଗର ଏବଂ ଗ୍ରାମାଞ୍ଚଳର ହରିଡାଗହିର ଓ ଯୋରନ୍ଦା ଅଞ୍ଚଳରେ ଲୋକମାନଙ୍କୁ କୋଭିଡ ନିୟମ ପାଳନ ପୂର୍ବକ ମାସ୍କ ପିନ୍ଧିବା, ହାତକୁ ନିୟମିତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଜରୁରୀ ଆବଶ୍ୟକତା ନଥିଲେ ଘରୁ ନବାହାରିବା ପାଇଁ ଅନୁରୋଧ କରାଯାଇଥିଲା। ଏଥି ସହିତ ସଂପୃକ୍ତ ଅଞ୍ଚଳ ଗୁଡିକୁ ବ୍ୟାପକ ବିଶୋଧନ କରାଯାଇଥିଲା। ବିଜେଡି ନଗର ସଭାପତି ଶିଶିର ପ୍ରସାଦ ମାନସିଂହ, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ପ୍ରଧାନ, ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଛାତ୍ରନେତା ମହମ୍ମଦ ଖଲିଦ୍‍, କରିମ ମହମ୍ମଦ, ବିଶ୍ୱଜିତ୍‍ ମାଝି, ଦୁଷ୍ମନ୍ତ ନାୟକ, ପ୍ରଭୁଦତ୍ତ ବେହେରା, ଭବାନୀ ଶଙ୍କର ଦାସ, ସ୍ୱରାଜ ଦାସ, ଟି ମୂରଲୀ, ଚିକୁ ସାମଲ ପ୍ରମୁଖ ଏହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories