ଅର୍ଦ୍ଧାହାରରେ ୩୦୦ ଯାଯାବର, ଖାଦ୍ୟ ଯୋଗାଇ ଦେବାକୁ ଗୁହାରି
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମାଲ୍ଲିପଶି ଛକରେ ପାଖାପାଖି ୩୦୦ ଯାଯାବର ୨୦ ଦିନ ହେଲା ଅର୍ଦ୍ଧାହାରରେ ଦିନ କାଟୁଛନ୍ତି। ତାଲାବନ୍ଦ ତାଙ୍କର ଦାନା ଛଡ଼ାଇ ନେଇଛି। ମହାରାଷ୍ଟ୍ର ରାଜ୍ୟର ଏହି ଲୋକମାନେ ହାତ ଦେଖା, ଜଡ଼ିବୁଟି ବିକ୍ରି କରିବା ଭଳି ବ୍ୟବସାୟ କରି ଯାହା ଆୟ କରିଥାନ୍ତି ସେଥିରେ ତାଙ୍କର ପରିବାର ଚଳିଥାଏ। ପ୍ରଥମେ ୧୫ ଦିନର ତାଲା ବନ୍ଦ ଓ ପରେ ଏହା ଜୁନ ୧ କୁ ବୃଦ୍ଧି ପାଇଥିବାରୁ ସେମାନଙ୍କ ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, ଯାହା ଫଳରେ ସେମାନେ ଦିନରେ ଓଳିଏ ଖାଇ ଜୀବନ କାଟୁଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବାକୁ ଜିଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ମତ ରଖିଛନ୍ତି।
Comments are closed.