www.samajalive.in
Sunday, December 7, 2025
13.1 C
Bhubaneswar

ଆଇଆଇଟି ଚାକିରୀ ଛାଡି ୨୦ଟି ଗାଈ କିଣିଥିଲେ, ଏବେ ବର୍ଷକୁ ରୋଜଗାର ୪୪ କୋଟି ଟଙ୍କା

କୋଏମ୍ବାଟୁର: ଭାରତର ସମ୍ମାନଜନକ ଖଡଗପୁର ଆଇଆଇଟିରୁ ଶିକ୍ଷାଲାଭ କରିବା ପରେ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟରୁ ପଲିମର ବିଜ୍ଞାନ ଓ ଇଞ୍ଜିନିୟରିଂରେ ସ୍ନାତକ ଏବଂ ପିଏଚ ଡି ଡିଗ୍ରୀ ହାସଲ କରିଥିଲେ। ପାଠ ପଢାପରେ ତାଙ୍କୁ ଆମେରିକାରେ ମିଳିଥିଲା ମୋଟାଅଙ୍କ ବେତନର ଚାକିରି। କିନ୍ତୁ ଚାଷ ପ୍ରତି ତାଙ୍କ ମନରେ ରହିଥିବା ଆଗ୍ରହ କ୍ରମଶଃ ବୃଦ୍ଧିପାଇବାକୁ ଲାଗିଲା। କର୍ଣ୍ଣାଟକରେ ତାଙ୍କ ପରିବାରର କିଛି ଚାଷ ଜମି ରହିଥିଲା। ମଝିରେ ମଝିରେ ଘରକୁ ଆସିବାବେଳେ ସେ ଚାଷଜମିକୁ ଯାଇ ସେଠାରେ କାମ କରୁଥିବା କୃଷକମାନଙ୍କ ସହିତ ଆଲୋଚନା ମଧ୍ୟ କରୁଥିଲେ। ଶେଷରେ ସେ ଚାକିରି ଛାଡି ଚାଷ କରିବାକୁ ନିଷ୍ପତ୍ତି ନେଲେ।
ଏହି ବ୍ୟକ୍ତି ଜଣକ ହେଉଛନ୍ତି କିଶୋର ଇନ୍ଦୁକୁରି। ଏକ ମଧ୍ୟବିତ୍ତ ଭାରତୀୟ ପରିବାରରେ ଜନ୍ମିତ ଇନ୍ଦୁକୁରି ୨୦୧୨ରେ ଆମେରିକାରୁ ଚାକିରି ଛାଡି ନିଜ ଦେଶକୁ ଫେରିଆସିବା ପରେ ହାଇଦରାବାଦରେ ରହି ଦୁଗ୍ଧ ଉପରେ ଗବେଷଣା କଲେ। ସେ ଦେଖିଲେ ଯେ ସହରରେ ଲୋକ ଖାଣ୍ଟି କ୍ଷୀର ପାଇବା ନେଇ ସୀମିତ ସୁଯୋଗ ରହିଛି। ନିଜ ପୁଅ ଓ ପରିବାର ସହିତ ହାଇଦରାବାସ ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିବା ନିଷ୍ପତ୍ତି ନେଇ ସେ ନିଜର ଏକ ଡାଏରୀ ପ୍ରକଳ୍ପ ଆରମ୍ଭ କଲେ। ସେଥିପାଇଁ ସେ ୨୦ଟି ଗାଈ କିଣିବା ସହିତ ‘ସିଡ୍ସ’ ଫାର୍ମ ନାମରେ ଏକ ସଂସ୍ଥା ପଞ୍ଜିକରଣ କଲେ। ସଂପ୍ରତି ପ୍ରତିଦିନ ୧୦ ହଜାର ଲୋକଙ୍କୁ ଦୁଗ୍ଧ ଯୋଗାଉଛନ୍ତି ଏବଂ ତାଙ୍କ ନିକଟରେ ୧୨୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ବର୍ଷକୁ ତାଙ୍କ କାରବାର ୪୪ କୋଟି ଟଙ୍କାରୁ ଅଧିକ ବୋଲି କହିଛନ୍ତି କିଶୋର। ତାଙ୍କ ପାଇଁ ପ୍ରାରମ୍ଭିକ ସମୟ ଯଥେଷ୍ଟ କଷ୍ଟକର ଥିଲା। ବ୍ୟବସାୟ ଆରମ୍ଭରେ ସେ ୧ କୋଟି ଟଙ୍କା ନିବେଶ କରିଥିଲେ। ନିଜେ ଗାଈ ରଖିବା ସହିତ ଗ୍ରାହକଙ୍କୁ ଦୁଗ୍ଧ ବିକ୍ରି କରିବା ଆରମ୍ଭ କଲେ। ପ୍ରଥମେ ମଇଁଷି କ୍ଷୀର ବ୍ୟବସାୟ ଆରମ୍ଭ କରିଥିବା କିଶୋର ପରବର୍ତ୍ତୀ ସମୟରେ କେବଳ ଗାଈ ଦୁଗ୍ଧ ଯୋଗାଉଛନ୍ତି। ତାହାସହିତ ଲହୁଣି, ଘିଅ, ଅର୍ଗାନିକ ଦହି ଆଦି ଦୁଗ୍ଧଜାତ ସାମଗ୍ରୀ ମଧ୍ୟ ବିକ୍ରି କରୁଛନ୍ତି। ସାମଗ୍ରୀର ଗୁଣବତ୍ତା ବଜାୟ ରଖୁଥିବା କିଶୋର ଏବେ ଗ୍ରାହକଙ୍କ ମଧ୍ୟରେ ବେଶ୍‍ ବିଶ୍ୱାସଭାଜନ ହୋଇପାରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories