www.samajalive.in
Monday, December 8, 2025
27.1 C
Bhubaneswar

ରାଉରକେଲାରେ ଗଡ଼ିଲା ‘ସଞ୍ଜୀବନୀ ରଥ’, ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍‍ ଟିକା

ରାଉରକେଲା: ରାଉରକେଲାରେ କୋଭିଡ୍‍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ଟିକା ଦିଆଯିବ। ଏଥିପାଇଁ ମଙ୍ଗଳବାର ଦିନ ‘ସଞ୍ଜୀବନୀ ରଥ’ର ଶୁଭାରମ୍ଭ କରାଯାଇଛି।

ଆରଜିଏଚ୍‍ ପରିସରରେ ଏହି ରଥକୁ ସ୍ଥାନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏଡିଏମ୍‍ ଆବୋଲି ସୁନିଲ ନରୱଣେ ଏବଂ ଆରଜିଏଚ୍‍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ରାଉରକେଲା ଜଗଦା ଅଞ୍ଚଳର ୮୧ ବର୍ଷୀୟ ଶଯ୍ୟାଶାୟୀ ତିଳୋତ୍ତମା ଦାସଙ୍କୁ ତାଙ୍କ ଘରେ ଟୀକା ଦିଆଯିବ ପରେ ତାଙ୍କ ପୁଅ ସଂଗ୍ରାମ ଦାସ କହିଛନ୍ତି, ମୋର ଆଶା ନଥିଲା ଯେ ମୁଁ ମୋ’ ମା’କୁ କୋଭିଡ୍‍ ଟିକା ଦେଇ ପାରିବି। କିନ୍ତୁ ରାଉରକେଲା ମହାନଗର ନିଗମର ସୋସିଆଲ ମିଡିଆରୁ ନମ୍ବର ପାଇ ମୁଁ ଆଜି ସକାଳେ କଲ୍‍ ସେଣ୍ଟରକୁ ଫୋନ୍‍ କରିଥିଲି। ସଞ୍ଜୀବନୀ ରଥ ଟିମ୍‍ ଆଜି ଅପରାହ୍‍ଣରେ ଆମ ଘରକୁ ଆସି ମା’କୁ ଟିକା ଦେଇଗଲେ। ଏଥିପାଇଁ ମୁଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛି।

ତିଳୋତ୍ତମା ହେଉଛନ୍ତି ସଞ୍ଜୀବନୀ ରଥର ପ୍ରଥମ ହିତାଧିକାରୀ। ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ସଞ୍ଜୀବନୀ ରଥ ଟିମ୍‍ ସହରର ବିଭିନ୍ନ ସ୍ଥାନକୁ ଯାଇ ଘରେ ଟିକା ନେବାକୁ ଅନୁରୋଧ କରିଥିବା ଶଯ୍ୟାଶାୟୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟିକା ଦେଉଛନ୍ତି। ଏଥିରେ ଜଣେ ଫାର୍ମାସିଷ୍ଟ ଏବଂ ଜଣେ ଏନଏମ୍‍ କର୍ମୀଙ୍କୁ ନିୟୋଜିତ କରାଯାଇଛି। କୋଭିଡର ପ୍ରଥମ ଲହରୀ ବେଳେ ମଧ୍ୟ ରାଉରକେଲାରେ ସଞ୍ଜୀବନୀ ରଥ ଗଡ଼ିଥିଲା। ସେତେବେଳେ ୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ ସେବା ପହଞ୍ଚାଇଥିଲା।

ଏ ନେଇ ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି ଯେ କୋଭିଡ୍‍ କ୍ଷେତ୍ରରେ ସଞ୍ଜୀବନୀ ରଥ ଗୋଟିଏ ମାଇଲ ଷ୍ଟୋନ ବୋଲି କହିଲେ ଭୁଲ୍‍ ହେବ ନାହିଁ। ସେ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମକୁ ଧନ୍ୟବାଦ ଜଣାଇଛନ୍ତି। ଏହି ପଦକ୍ଷେପ ଏବେ ସହରର ଶଯ୍ୟାଶାୟୀ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

ଏହି ସେବା ପାଇବା ପାଇଁ ଦିନ ୧୦ଟାରୁ ଅପରାହ୍ଣ ୪ଟା ଭିତରେ ୦୬୬୧-୨୫୧୦୦୩୬ ନମ୍ବରରେ ହିତାଧିକାରୀ ବା ତାଙ୍କ ପରିବାର ଲୋକେ କଲ୍‍ କରିପାରିବେ। ଲୋକଙ୍କଠାରୁ କଲ୍‍ ପାଇବା ପରେ ରାଉରକେଲା ମହାନଗର ନିଗମର ଟେଲି ମେଡିସିନ ଟିମ୍‍ ତାହାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ କେଉଁଦିନ ଟିକା ଦିଆଯିବ ତାହାର ବ୍ୟବସ୍ଥା କରୁଛନ୍ତି। ଟିକାଦାନ ପୂର୍ବରୁ ହିତାଧିକାରୀ ବା ତାଙ୍କ ପରିବାରକୁ ଏ ସମ୍ପର୍କରେ ଜଣାଇ ଦିଆଯାଉଛି। ଟିକାଦାନ ବେଳେ ସଞ୍ଜୀବନୀ ରଥ ଟିମ୍‍ ହିତାଧିକାରୀମାନଙ୍କର ଆବଶ୍ୟକ ପଞ୍ଜୀକରଣ କରାଉଛନ୍ତି।

କୋଭିଡ୍‍ ନିୟନ୍ତ୍ରଣ ପାଇଁ ଏକ ବଡ଼ ପଦକ୍ଷେପ ହେଉଛି ଟିକାକରଣୟ ତେଣୁ ଯେଉଁ ବ୍ୟକ୍ତିମାନେ ଶାରୀରିକ ସମସ୍ୟା ପାଇଁ ଟିକାଦାନ କେନ୍ଦ୍ରକୁ ଆସିପାରୁ ନାହାନ୍ତି। ସେମାନଙ୍କ ଘରେ ପହଞ୍ଚି ଟିକା ଦେବା ଲାଗି ପ୍ରଶାସନ ଏହି ବ୍ୟବସ୍ଥା କରିଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ତଥା ଆଗକୁ ଯେତିକି ଯେତିକି ଟିକା ଆସୁଥିବ ସେହି ଅନୁଯାୟୀ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ରାଉରକେଲା ଏଡିଏମ୍‍ ଆବୋଲି ସୁନିଲ ନରୱଣେ କହିଛନ୍ତି ଯେ ଗତ ବର୍ଷ ସଞ୍ଜୀବନୀ ରଥ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଇଥିଲାୟ। ଏବର୍ଷ ଟିକାକରଣ ବେଳେ ଯେଉଁ ବରିଷ୍ଠ ନାଗରିକମାନେ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ପହଞ୍ଚି ଟିକା ଦେବାର ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories