www.samajalive.in
Monday, December 8, 2025
27.1 C
Bhubaneswar

କରୋନାରେ ଆଖି ବୁଜିଲେ ଦୁଇ ବିଦ୍ୟୁତ୍ କର୍ମଚାରୀ

ପାଟଣା : କରୋନାରେ ଦୁଇ ଯୁବ ବିଦ୍ୟୁତ କର୍ମଚାରୀ ପ୍ରାଣ ହରାଇଛନ୍ତି। ବହୁ କର୍ମଚାରୀ କରୋନା ସଂକ୍ରମିତ ଥାଇ ଚିକିତ୍ସାଧୀନ ଅଛନ୍ତି। ପାଟଣା ବ୍ଲକ ତୁରୁମୁଙ୍ଗା ସବଷ୍ଟେସନରେ କାର୍ଯ୍ୟରତ ବୁଢ଼ୀକାପୁଡି ପଞ୍ଚାୟତ ଗିଧିବାସ ଗ୍ରାମର ଓମ ପ୍ରକାଶ ମହାନ୍ତ(୩୨) କରାେନା ସଂକ୍ରମିତ ହୋଇ କରୋନା ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ସେ ପ୍ରାଣ ହରାଇଛନ୍ତି। ସେହିପରି ସାହାରପଡା ସବଷ୍ଟେସନରେ କାର୍ଯ୍ୟରତ ଉଦୟପୁର ଗ୍ରାମର ଦୀପକ କୁମାର ବଘେଲ (୩୨) ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ସମୟରେ କଟକରେ ଗତ ୫ତାରିଖରେ ପ୍ରାଣ ହରାଇଛନ୍ତି। ତୁରୁମୁଙ୍ଗାରେ କାର୍ଯ୍ୟରତ ଓମ ପ୍ରକାଶ ଫେମସ ସିକ୍ୟୁରିଟୀ ସଂସ୍ଥା ଓ ସାହାରପଡାରେ କାର୍ଯ୍ୟରତ ଦୀପକ କୁମାର ଓରିଏଣ୍ଟାଲ ସିକ୍ୟୁରିଟୀ ଅଧୀନରେ କାର୍ଯ୍ୟ କରୁଥିଲେ। ଉଭୟ ଟାଟା ପାୱାର ନର୍ଥ ଓଡ଼ିଶା ଡିଭିଜନ ଲିମିଟେଡ଼​‌ରେ କାର୍ଯ୍ୟ କରୁଥିଲେ।
ସଂପ୍ରତି କରୋନା ସଂକ୍ରମଣ ବୃଦ୍ଧି ସମୟରେ ଗଣମାଧ୍ୟମରେ ବାରମ୍ବାର ଅତି ଆବଶ୍ୟକ ନଥିଲେ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ ପରାମର୍ଶ ବୁମେରାଂ ରେ ପରିଣତ ହେବା ଆଶଙ୍କା ସୃଷ୍ଟି ହେଲାଣି । ଗାଆଁରେ କରୋନା ଲକ୍ଷଣ ପ୍ରକାଶ ପାଉଥିବା ଲୋକେ ସଂକ୍ରମଣ ଭୟରେ ଡାକ୍ତରଖାନା ଯିବାକୁ ଭୟ କରୁଛନ୍ତି। ଗାଆଁ ଗହଳିରେ ରହୁଥିବା ଅର୍ଦ୍ଧ ଶିକ୍ଷିତ ଅନଭିଜ୍ଞ କ୍ଵାକଙ୍କ ଦ୍ଵାରା ଚିକିତ୍ସିତ ହୋଇ ମୃତ୍ୟୁ ବରଣ କରୁଥିବା ଭଳି ଏକାଧିକ ଘଟଣା ଦେଖା ଗଲାଣି। ସାହାରପଡା ବ୍ଲକର ବିଭିନ୍ନ ଅଞ୍ଚଳ ସହ ପାଟଣା ବ୍ଲକ ଅଞ୍ଚଳରେ କ୍ବାକଙ୍କ ଦ୍ଵାରା କରୋନା ଚିକିତ୍ସା ସଂକ୍ରମଣକୁ ବ୍ୟାପକ କରିବା ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ଢେଙ୍କିକୋଟ ଓ ପିପିଳିଆ ଅଞ୍ଚଳରେ ମଧ୍ୟ କ୍ଵାକମାନେ କରୋନା ରୋଗୀଙ୍କୁ ଚିକିତ୍ସା ଆଳରେ ଶୋଷଣ କରିବା ସହ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଦେଖାଯାଉଛି। ମାଟ୍ରିକ ପାଠ ପଢ଼ିନଥିବା ଫାର୍ମାସିଷ୍ଟ କିମ୍ବା ସ୍ବାସ୍ଥ୍ୟକର୍ମୀ ହେବାକୁ ଯୋଗ୍ୟତା ରଖି ନଥିବା ଏହି ନକଲି ଚିକିତ୍ସକମାନଙ୍କ ପ୍ରାଦୁର୍ଭାବ ଉପରେ ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ଭିତିରିଆ ଖବର ସଂଗ୍ରହ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣ ରେ ମତ ପ୍ରକାଶ ପାଉଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories