www.samajalive.in
Monday, December 8, 2025
17.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

– ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୨୬ ହଜାର ୦୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୩,୭୨,୯୦୭କୁ ବୃଦ୍ଧି ପାଇଛି
– କରୋନା ମହାମାରୀର ମୁକାବିଲା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ତିଆରି ହୋଇଥିବା ଔଷଧ ୨-ଡିଜି ରୋଗୀଙ୍କ ପାଇଁ ପ୍ରସ୍ତୁତ ରହିଛି। ଆସନ୍ତା କାଲିଠାରୁ ଏହା ଉପଲବ୍ଧ ହେବ
– କୋଭାକ୍ସିନ୍‌ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ର ୫୦ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି
– ଇସ୍ରାଏଲ ଉପରେ ଆକ୍ରମଣ ହାମାସକୁ ମହଙ୍ଗା ପଡିବ: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ
– ରାଜ୍ୟରେ ୧୧୮୦୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୧୪୧୪
– କଟକ ଓ ସୁନ୍ଦରଗଡରେ ଭୟଙ୍କର ରୂପ ନେଉଛି ସଂକ୍ରମଣ ସ୍ଥିତି, କଟକରେ ୧୧୯୭ ଓ ସୁନ୍ଦରଗଡରେ ୧୨୦୯ କରୋନା ସଂକ୍ରମିତ ଚିହ୍ନଟ
– ଦିନକରେ ରାଜ୍ୟରେ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
– ଆଜି ପବିତ୍ର ଅକ୍ଷୟ ତୃତୀୟା; ଆଜିଠାରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ
– ରୁଷିଆର ଅମିତ୍ର ରାଷ୍ଟ୍ର ତାଲିକାରେ ଆମେରିକା, ଚେକ୍‍ ସାଧାରଣତନ୍ତ୍ର
– ଲୋକଙ୍କ ଘରେ ଟିକାକରଣକୁ ଅନୁମତି ଦିଅ: ଭାରତୀୟ ଚିକିତ୍ସକ ସଂଘ
– ପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତି ମଧ୍ୟ ତୁଣ୍ଡି ବାନ୍ଧିବା, ସାମାଜିକ ଦୂରତା ରଖିବା ଆବଶ୍ୟକ: ଡା. ଗୁଲେରିଆ
– ଭାରତର କୋଭିଡ ସ୍ଥିତି ଗଭୀର ଚିନ୍ତାଜନକ: ହୁ’ ମୁଖ୍ୟ
– ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ପାଇଁ ୭ଜଣ ଡାକ୍ତରଙ୍କୁ ନେଇ କମିଟି ଗଠନ କଲେ ରାଜ୍ୟ ସରକାର
– କରୋନାରୁ ରକ୍ଷା ଲାଗି ମାସ୍କ ନିଶ୍ଚିତ ବ୍ୟବହାର କରିବା ଉଚିତ। ତିନି ପ୍ରକାର ମାସ୍କ କଟନ ମାସ୍କ, ସର୍ଜିକାଲ୍ ମାସ୍କ ଓ ଏନ୍‌-୯୫ ମାସ୍କ ଭିତରୁ ଗୋଟିଏ ନିଶ୍ଚିତ

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories