www.samajalive.in
Monday, December 8, 2025
27.1 C
Bhubaneswar

ଅଜବ ଘଟଣା ; ପଣିକିଆ ପାଇଁ ଅଧାରୁ ଭାଙ୍ଗିଲା ବାହାଘର

ବିବାହକୁ ନେଇ ସଭିଁଙ୍କ ଭିତରେ ବିଭିନ୍ନ କଳ୍ପନା ଥାଏ ସେମାନଙ୍କ ଜୀବନସାଥୀ ପାଇଁ। ତେବେ ଉତ୍ତରପ୍ରଦେଶରେ ବିବାହକୁ ନେଇ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ; ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ବର , କନ୍ୟାର ପ୍ରଶ୍ନର ଉତ୍ତର ନ ଦେଇ ପାରିବାରୁ ବାହାଘର ଅଧାରେ ହିଁ ରହିଗଲା। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା….
ଏହି ଘଟଣାଟି ମହୋବା ଜିଲାର ପନବାଡୀ ଥାନା ଅନ୍ତର୍ଗତ ଅଞ୍ଚଳର। ଏଠାରେ ଏକ ବିବାହରେ ବରଯାତ୍ରୀଙ୍କ ସହ ବର ପହଞ୍ଚିଥିଲେ। ବରଣମାଳାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ସମୟରେ କୌଣସି କାରଣରୁ କନ୍ୟାଙ୍କୁ ଜଣାପଡିଥିଲା ବରଙ୍କୁ ଲେଖାପଢା ଜଣା ନାହିଁ। ଏହାର ଯାଞ୍ଚ କରିବା ପାଇଁ କନ୍ୟା ବରଣମାଳା ସମୟରେ ହିଁ ବରଙ୍କୁ ୨ କ’ ପଣିକିଆ ପଚାରିଥିଲେ। ବର ପଣିକିଆ ନ କହିପାରିବାରୁ କନ୍ୟା ବିବାହ ପାଇଁ ମନା କରି ଦେଲେ। ଏହା ପରେ ବର ପକ୍ଷ ଓ କନ୍ୟା ପକ୍ଷଙ୍କ ମଧ୍ୟରେ ଅପ୍ରିତିକର ପରିସ୍ଥିତ ସୃଷ୍ଟି ହେବା ସହ ବହୁ ବୁଝାସୁଝା ପରେ ମଧ୍ୟ କନ୍ୟା ବିବାହ ପାଇଁ ରାଜି ନହେବାରୁ ବାହାଘର ବନ୍ଦ କରାଗଲା। ମାତ୍ର ଘଟଣା ଥାନା ପର୍ଯ୍ୟନ୍ତ ଗଲା। ଥାନାରେ ହୋଇଥିବା ବୁଝାମଣା ଅନୁଯାୟୀ, ବର ପକ୍ଷ କନ୍ୟା ପକ୍ଷଙ୍କୁ ଖାଦ୍ୟ ଓ ଅନ୍ୟ ଜିନିଷର ଖର୍ଚ୍ଚ ବାବଦକୁ ୪ ଲକ୍ଷ ଦେଲେ। ଏହା ୨ପକ୍ଷ ପରସ୍ପରକୁ ଦେଇଥିବା ଜିନିଷପତ୍ର ଫେରସ୍ତ କଲେ। ୨ ପକ୍ଷଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହାପରେ ପରସ୍ପର ଉପରେ ଆଉ ଆଇନଅନୁଯାୟୀ ଅନ୍ୟ କୌଣସି ଦୋଷାରୋପ କରିବେ ନାହିଁ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories