www.samajalive.in
Tuesday, December 9, 2025
17.1 C
Bhubaneswar

ଅମ୍ଳଜାନ ଅଭାବ; ଗୋଆରେ ୨୪ ଘଣ୍ଟାରେ ୪୧ ରୋଗୀ ମୃତ                                  

ଦେଶରେ ଅମ୍ଳଜାନ ସଙ୍କଟ ଏବେ ବି ଦୂର ହୋଇନାହିଁ। ବିଭିନ୍ନ ରାଷ୍ଟ୍ରରୁ ସହାୟତା ସତ୍ବେ ଦେଶରେ ଅମ୍ଳଜାନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଗୋଆ ଚିକିତ୍ସା ମହାବିଦ୍ୟାଳୟ ଏବଂ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ୨୪ ଘଣ୍ଟା ମଧ୍ୟରେ ୪୧ ରୋଗୀଙ୍କ ମୃତ୍ୟୁ ଘଟିଛି।

ଗୋଆରେ ଅମ୍ଳଜାନ ଅଭାବରୁ ବାରମ୍ବାର ରୋଗୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ଗୁରୁବାର ପ୍ରଥମେ ଏଠାରେ ଅମ୍ଳଜାନ ଅଭବାରୁ ୨୬ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ପୁଣି ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ଆଉ ୧୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟର ଗୋଆ ଖଣ୍ଡପୀଠଙ୍କୁ ଅବଗତ କରାଯାଇଛି।

- Advertisement -

ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ,​‌ ଅମ୍ଳଜାନ ଚାପ ହ୍ରାସ ପାଇବାରୁ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୋଆର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ କୋଟା ଅନୁସାରେ ଅମ୍ଳଜାନ ଯୋଗାଣ କରିବା ଲାଗି କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଚାରପତି ନିତିନ ଡବ୍ଲ୍ୟୁ ସାବ୍ରେ ଏବଂ ଏମ.ଏସ. ସୋନାକଙ୍କ ଖଣ୍ଡପୀଠ କହିଥିଲେ ଯେ, ଗତ ୧୨ ତାରିଖରେ କୋର୍ଟଙ୍କ ଆଦେଶ ପରେ ବି ଗୁରୁବାର ପ୍ରାୟ ୪୦ କରୋନା ରୋଗୀ ଅମ୍ଳଜାନ ଅଭାବରୁ ପ୍ରାଣ ହରାଇଛନ୍ତି। ପ୍ରଶାସନିକ ଅବହେଳାରୁ ଏଭଳି ଘଟୁଥିବା ସ୍ପଷ୍ଟ ହେଉଛି।

ଅନ୍ୟପଟେ ରାଜ୍ୟ ସରକାର ଡାକ୍ତରଖାନାକୁ ଅମ୍ଳଜାନ ଯୋଗାଣ ନେଇ ଏକ କମିଟି ଗଠନ କରିଛନ୍ତି। କମିଟି ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଡାକ୍ତରଖାନାକୁ ମିଳିବାକୁ ଥିବା ଅମ୍ଳଜାନର ଯୋଗାଣ ଏବଂ ଅମ୍ଳଜାନକୁ ନେଇ ଉପୁଜୁଥିବା ସମସ୍ୟା ଦୂର କରିବା ଦିଗରେ ଏହି କମିଟି କାର୍ଯ୍ୟ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories