www.samajalive.in
Monday, December 8, 2025
27.1 C
Bhubaneswar

ଭୋପାଳ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ବଳାତ୍କାର

ଭୋପାଳ: କରୋନା ମହାମାରୀରେ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଶଯ୍ୟା ମିଳୁନଥିବାବେଳେ ଏଠାରେ ଥିବା ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ କରୋନା ରୋଗୀଙ୍କୁ ବଳାତ୍କାର କରାଯିବା ଭଳି ଅଭାବନୀୟ ଘଟଣା ଘଟିଛି। ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ପୁରୁଷ ନର୍ସ ଏହି ନାରକୀୟ କାର୍ଯ୍ୟ କରିଛନ୍ତି। ଘଟଣା ଘଟିବାର ୨୪ ଘଣ୍ଟା ପରେ ଉକ୍ତ ରୋଗୀ ଜଣକ ପ୍ରାଣ ହରାଇଛନ୍ତି। ପୁଲିସ ଘଟଣାର ତଦନ୍ତ କରି  ପୁରୁଷ ନର୍ସଙ୍କୁ ତୁରନ୍ତ ଗିରଫ କରିଛି।
ଭୋପାଳ ମେମୋରିଆଲ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣା ବିଳମ୍ବରେ ଲୋକଲୋଚନକୁ ଆସିଛି। ୪୩ ବର୍ଷ ବୟସ୍କା ଜଣେ ମହିଳା କରୋନାରେ ସଂକ୍ରମିତ ହୋଇ ଏହି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ କାର୍ଯ୍ୟରତ ଜଣେ ୪୦ ବର୍ଷ ବୟସ୍କ ପୁରୁଷ ନର୍ସ ତାଙ୍କୁ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ମହିଳା ରୋଗୀଜଣକ ତୁରନ୍ତ ଡାକ୍ତରଙ୍କୁ ଏହା ଜଣାଇବା ସହିତ ଉକ୍ତ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାହାର ୨୪ ଘଣ୍ଟା ପରେ ମହିଳା ରୋଗୀଙ୍କର ମୃତ୍ୟୁ ଘଟିଥିଲା। ସଂପୃକ୍ତ ଡାକ୍ତର ପୁଲିସକୁ ଖବର ଦେବାପରେ ଅଭିଯୁକ୍ତ ନର୍ସକୁ ଗିରଫ କରାଯାଇଛି। ପୂର୍ବରୁ ଏହି ନର୍ସ ଉକ୍ତ ହସପିଟାଲରେ କାର୍ଯ୍ୟରତ ଅନ୍ୟ ଜଣେ ୨୪ ବର୍ଷ ବୟସ୍କା ମହିଳା ନର୍ସଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଏବଂ ଡାକ୍ତରଖାନା ମଧ୍ୟରେ ମଦ୍ୟପାନ କରୁଥିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଆସିଥିଲା।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories