www.samajalive.in
Monday, December 8, 2025
20.1 C
Bhubaneswar

୯ ଲକ୍ଷ ୬୦ ହଜାର ଟଙ୍କାର ବେଆଇନ ମହୁଲ ଫୁଲ ଜବତ

ବେଲପଡା: ବୁଧବାର ବିଳମ୍ବିତ ରାତିରେ ପାଟଣାଗଡ ଅବକାରୀ ବିଭାଗ ପକ୍ଷରୁ ବଲାଙ୍ଗିର ଅବକାରୀ ନିରୀକ୍ଷକଙ୍କ ନେତୃତ୍ୱରେ ଏକ ୭ ଜଣିଆ ଦଳ ବେଲପଡା ବ୍ଲକ ଘାଗୁର୍ଲିି ଗାଁରେ ଥିବା ଏକ ବେଆଇନ ଗୋଦାମରୁ ୨ ଶହ ୪୦ କ୍ୱିଣ୍ଟାଲ ମହୁଲ ଫୁଲ ଅବକାରୀ ବିଭାଗ ଜବତ କରିଛି। ଏହି ଗୋଦାମର ମାଲିକ କଷ୍ଟ ସାହୁ (୪୮)କୁ ଗିରଫ ପରେ ନୋଟିସ ଦେଇ ଛାଡି ଦିଆଯାଇଥିବା ପାଟଣାଗଡ ଅବକାରୀ ବିଭାଗର ଉପନିରୀକ୍ଷକ ବିଶ୍ୱନାଥ ପରିଡାଙ୍କ ଠାରୁ ଜଣାପଡିଛି।

ବଲାଙ୍ଗିର ଅବକାରୀ ନିରୀକ୍ଷକ ଉଦୟଲାଲ ନାଏକଙ୍କ ନେତୃତ୍ୱରେ ପାଟଣାଗଡ ଅବକାରୀ ବିଭାଗର ଏକ ୭ ଜଣିଆ ଦଳ ବେଲପଡା ବ୍ଲକ ଘାଗୁର୍ଲି ଗାଁରେ ଥିବା ବେଆଇନ ମହୁଲ ବେପାରୀ କଷ୍ଟ ସାହୁଙ୍କ ଗୋଦାମ ଘରେ ରାତି ୧୧ ଟାରେ ଚଢାଉ କରିଥିଲେ। ଚଢାଉ ସମୟରେ ବେପାରୀଙ୍କ ଗୋଦାମରେ ୬ ଶହ ପ୍ୟାକେଟ ମହୁଲ ଫୁଲ ମହଜୁଦ ଥିବା ସେମାନେ ଦେଖିବାକୁ ପାଇଥିଲେ। ଗୋଦାମର ମାଲିକକୁ ଗଚ୍ଛିତ ଥିବା ମହୁଲ ଫୁଲର କାଗଜପତ୍ର ଦେଖାଇବା ପାଇଁ କହିଥିଲେ। ବେପାରୀ ଜଣକ ଏସଂପର୍କରେ କୌଣସି କାଗଜପତ୍ର ଦେଖାଇ ପାରି ନଥିବାରୁ ଗୋଦାମକୁ ତାଲା ପକାଇ ଚାଲି ଆସିଥିଲେ। ଗୁରୁବାର ସକାଳୁ ପୁଣି ସେହି ଦଳ ଏକ ଟ୍ରକ ଓ ପିକଅପ ଭଡାରେ ନେଇ ବେପାରୀଙ୍କ ଗୋଦାମରେ ପହଞ୍ଚି ଗଚ୍ଛିତ ଥିବା ମହୁଲକୁ ଓଜନ କରିବା ସହ ତାହା ଜବତ କରି ୨ଟି ଗାଡିରେ ଅଣାଯାଇଥିଲା। ବେପାରୀ ଶ୍ରୀ ସାହୁଙ୍କୁ ଗିରଫ କରି ପାଟଣାଗଡ ଅବକାରୀ କାର୍ଯ୍ୟାଳୟକୁ ନେଇ ଆସିଥିଲେ। କରୋନା ମହାମାରୀ ଓ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଆଧାର କରିବା ସହ ସିଆରପିସି ୪୧ ଧାରା ଅନୁଯାୟୀ ତାଙ୍କୁ ନୋଟିସ ଦେଇ ଛାଡି ଦେଇଥିଲେ। ଜବତ ହୋଇଥିବା ମହୁଲ ଫୁଲର ବଜାର ମୂଲ୍ୟ ୯ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ଉପ ନିରୀକ୍ଷକ ଶ୍ରୀ ପରିଡ଼ାଙ୍କ ଠାରୁ ଜଣାପଡିଛି। ଏହି ଚଢାଉରେ ଏସ୍‍ଆଇ ଦୟାନିଧି ବାରିକ, ବୁଲୁ ସେଠୀ, ଅଜିତ ସାହୁ , ସୁଜତା ଭୋଇ ସମେତ ବଲାଙ୍ଗିର ସଦର କର୍ମଚାରୀ ସମିର ଭୋଇ ପ୍ରମୁଖ ସାମିଲ ଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories