ଚଣ୍ଡିଗଡ଼: ପଞ୍ଜାବର ଫରିଦକୋଟ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଅବ୍ୟବହୃତ ଭାବେ ପଡ଼ିରହିଛି ଶତାଧିକ ଭେଣ୍ଟିଲେଟର। କେନ୍ଦ୍ର ସରକାର ଗତ ଜୁଲାଇରେ ପିଏମ୍ କେୟାର୍ସ ପାଣ୍ଠିରେ ଏଗୁଡ଼ିକୁ ତିନିଟି ଭେଷଜ ମହାବିଦ୍ୟାଳୟ ପାଇଁ ଯୋଗାଇ ଦେଇଥିଲେ। ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି ଯେ ଏଗୁଡ଼ିକ ତ୍ରୁଟିଯୁକ୍ତ ଏବଂ ବ୍ୟବହାରଯୋଗ୍ୟ ନୁହେଁ। ଏଗୁଡ଼ିକର ମରାମତି ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କୁ ନିବେଦନ କରଯିବା ସତ୍ତ୍ବେ ସୁଫଳ ମିଳି ନାହିଁ। ଏବେ ଏଗୁଡ଼ିକ ଆଉ ମରାମତି କରାଯିବା ଅବସ୍ଥାରେ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।
Popular Categories



