www.samajalive.in
Monday, December 8, 2025
27.1 C
Bhubaneswar

ଅପହୃତ ନାବାଳିକାକୁ ଉଦ୍ଧାର ପାଇଁ ପିତାମାତାଙ୍କ ଆକୁଳ ନିବେଦନ

ପାଟଣା: ତୁରୁମୁଙ୍ଗା ଥାନା ଅଧିନସ୍ଥ ଖଜିରାପାଟ ପଞ୍ଚାୟତ ରଘୁନାଥପୁର ଗାଁର ଜନୈକ ନାବାଳିକାକୁ କିମିରଦାପଶି ଗାଁର ଜଣେ ଯୁବକ ଅପହରଣ କରିଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରଘୁନାଥପୁର ଗାଁର ଜନୈକ ନାବାଳିକାକୁ ଚଳିତ ମାସ ୪ତାରିଖ ଦିନ କିମିରଦା ଗାଁର ଜଣେ ଯୁବକ ଅପହରଣ କରି ନେଇଥିବା ନବାଳିକାଙ୍କ ପିତା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ଗ୍ରହଣ କରିବାର ଏକ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଥାନା ପକ୍ଷରୁ ନାବାଳିକାକୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ସେ ପ୍ରକାଶ କରିଛନ୍ତି। ଝିଅକୁ ଉଦ୍ଧାର କରିବା ନେଇ ଥାନାକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ନିରାଶ ହେବାକୁ ପଡୁଥିବା ସେ କହିଛନ୍ତି।

ନାବାଳିକା ଜଣକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାର ଥିବାବେଳେ ଉକ୍ତ ଯୁବକ ଜଣକ ନବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ କେଉଁ ଆଡେ ନେଇ ଯାଇଥିବା ଅଭିଯୋଗ କରିଛନ୍ତି। ଥାନା ପକ୍ଷରୁ ନବାଳିକାକୁ ଫେରାଇ ଆଣିବାରେ ଆଗ୍ରହ ଦେଖାଉ ନଥିବା ବେଳେ ଉଭୟ ନବାଳିକାର ପିତାମାତା ଦୁଃଖରେ ଭାଙ୍ଗି ପଡିଛନ୍ତି। ଉକ୍ତ ଯୁବକଙ୍କ ବିରୋଧରେ ସମସ୍ତ ତଥ୍ୟ ଥାନାକୁ ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି। ନବାଳିକାକୁ ଫେରାଇ ଆଣିବାରେ ଥାନା ପକ୍ଷରୁ ଚେଷ୍ଟା କରାନଗଲେ ବାଧ୍ୟ ହୋଇ ଏସପିଙ୍କ ଦ୍ବାରସ୍ଥ ହେବୁ ବୋଲି ତାଙ୍କ ପିତା କହିଛନ୍ତି। ଏନେଇ ଆମେ ତୁରୁମୁଙ୍ଗା ଥାନାଧିକାରୀଙ୍କ ମତାମତ ନେବାରେ ସେ ସଂପୃକ୍ତ ଯୁବକକୁ ଥାନାକୁ ଡକାଇ ଘଟଣାର ତଦନ୍ତ କରିଛନ୍ତି ବୋଲି ମତ ଦେବା ସହ ଯୁବକ ଜଣକ ଘଟଣାରେ ସଂପୃକ୍ତ ନୁହେଁ ବୋଲି ସୂଚନା ଦେବା ସହ ଏନେଇ ଅଧିକ ଅନୁସନ୍ଧାନ ଚାଲିଥିବା କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories