www.samajalive.in
Monday, December 8, 2025
20.1 C
Bhubaneswar

ରାଜପଥରେ ଜମୁଛି ଆବର୍ଜନା ପାଣି, ପ୍ରତିକାର ପାଇଁ ପ୍ରଶାସନ ଦୃଷ୍ଟି ଦିଅନ୍ତୁ

ବଙ୍ଗୋମୁଣ୍ଡା:ବଙ୍ଗୋମୁଣ୍ଡା ବ୍ଲକର ଜନଗହଳି ପୂର୍ଣ୍ଣ ଅମ୍ବେଦକର ଛକ ନିକଟରେ ରାଜପଥ ଉପରେ ଗଡୁଛି ଆବର୍ଜନା ପାଣି। ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏହି ରାସ୍ତା ଉପରେ ବର୍ଷ ବର୍ଷ ଧରି ପାଣି ଜମି ରହୁଛି। ଗତ କାଲି ରାତିରେ ଘଡଘଡି ଓ ବର୍ଷା ଯୋଗୁଁ ଡ୍ରେନରେ ଅଳିଆ ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଗଡୁଛି। ପଞ୍ଚାୟତ ପକ୍ଷରୁ କେବେ କେବେ ଡ୍ରେନକୁ ସଜଡାଗଲା ପରେ କିଛି ଦିନ ପାଇଁ ଅବସ୍ଥା ଠିକ ରହିଥାଏ। କିଛି ଦିନରେ ପୁଣି ଥରେ ରାସ୍ତା ଉପରେ ପାଣି ଜମା ହୋଇଯାଏ। ଜନଗହଳି ପୂର୍ଣ୍ଣ ଏବଂ ବ୍ୟସ୍ତ ବହୁଳ ଅଞ୍ଚଳ ଅଟେ।

 

- Advertisement -

ଲୋକଙ୍କ ଗହଳ ଓ ଯାନବାହାନ ଚଳାଚଳ ବେଳେ ଦୂଷିତ ପାଣି ଅନେକ ଲୋକଙ୍କ ଦେହ ଉପରକୁ ଛିଟିକି ପଡିଥାଏ। ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ହୋଇପାରି ନଥିବାରୁ ଅନେକ ସମୟରେ ଅଳିଆ ପାଣି ଯୋଗୁଁ ଲୋକଙ୍କୁ ହିନସ୍ତା ହେବାକୁ ପଡିଥାଏ। ଡ୍ରେନେଜ ବ୍ୟବସ୍ଥାକୁ ସୁଧାରିବା ସହ ଅଳିଆ ପାଣି ନିଷ୍କାସନର ସୁବ୍ୟବସ୍ଥା ଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories