www.samajalive.in
Sunday, December 7, 2025
15.1 C
Bhubaneswar

ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ମୃତଦେହକୁ ନେଇ ଚାଲିଗଲେ ପରିବାର 

ବୌଦ୍ଧ : ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ପରିବାର ଲୋକ ମହାପ୍ରୟାଣ ଗାଡି ନ ପାଇବାରୁ ଶେଷରେ ଅଟୋ ଭଡା କରି ମୃତଦେହ ଘରକୁ ନେବା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ବୌଦ୍ଧ ଜିଲା ହରଭଙ୍ଗା ବ୍ଳକ ସଙ୍କୁଲୋଇ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମର ଚୈତନ୍ୟ ମେହେର(୬୫)ଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶନିବାର ରାତି ପ୍ରାୟ ୨ ଘଣ୍ଟା ସମୟରେ ଚୈତନ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ସଂପର୍କରେ ପରିବାରଲୋକ ଚିକିତ୍ସାଳୟର ଟିକଟ କାଉଣ୍ଟରରେ ଜଣାଇବା ସହ ମହାପ୍ରୟାଣ ଗାଡି ଯୋଗାଇଦେଲେ ଘରକୁ ମୃତଦେହ ନେବାକୁ ଅନୁରୋଧ କରିଥିଲେ। କିନ୍ତୁ ଫୋନ ଯୋଗେ ମହାପ୍ରୟାଣ ଗାଡି ଚାଳକଙ୍କୁ ଯୋଗଯୋଗ କରିବାରୁ ସେ ଫୋନ ଉଠାଇନଥିଲେ। ରାତି ୧୦ ଘଣ୍ଟା ସମୟରେ କୁଆଡେ ମହାପ୍ରୟାଣ ଗାଡିର ଡ୍ରାଇଭର କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଗାଡି ରଖି ଶୋଇବାକୁ ଚାଲିଯିବି, ଏଠି ରହିଲେ ଲୋକ ଶୁଆଇ ଦେବେନାହିଁ ବୋଲି କହିଥିବା ମୃତକଙ୍କ ପରିବାର ପ୍ରକାଶ କରିଛନ୍ତି। ଗରିବଙ୍କ ସହାୟତା ପାଇଁ ମହାପ୍ରୟାଣ ଗାଡି ସରକାର ଯୋଗାଇ ଦେଇଥିଲେ ମଧ୍ୟ ଠିକ୍ ସମୟରେ କାମରେ ଲାଗି ନପାରିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏ ସଂପର୍କରେ ଜଣେ ସ୍ୱେଛାସେବୀ ରାତ୍ରି ଘ ୪.୩୫ରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଗାଡି ଚାଳକ ଫୋନ ରିସିଭ କରୁନାହିଁ ସକାଳ ହେଉ ଦେଖିବା କହି ଥିଲେ ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ତେବେ ଅନ୍ୟ କୌଣସି ସହାୟତା ନପାଇବାରୁ ପରିବାରଲୋକ ଏକ ଅଟୋ ଭଡା କରି ମୃତଦେହକୁ ଗ୍ରାମକୁ ନେଇଯିବା ସହ ସତ୍କାର କରିଥିବା ଜଣାପଡିଛି।

- Advertisement -

ଏ ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରେ ସେ କିନ୍ତୁ ଭିନ୍ନ ମତ ରଖିଛନ୍ତି। ରାତ୍ରିରେ ମହାପ୍ରୟାଣ ଗାଡି କୋଭିଡରେ ମୃତ୍ୟୁ ହୋଇଥିବା ଅନ୍ୟ ଏକ ଶବକୁ ଛାଡିବାକୁ ମଶାଣୀକୁ ଯାଇଥିଲା। ରାତି ପ୍ରାୟ ୩ ଘଣ୍ଟା ସମୟରେ ଗାଡି ଚାଳକ ଫେରି ବିଶ୍ରାମ କରିଥିବାରୁ ମୃତକଙ୍କ ପରିବାରକୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା। ଗାଡି ସାନିଟାଇଜ କରାନଗଲେ ଅନ୍ୟ ଶବ ନେବାକୁ ଅନୁମତି କିପରି ଦିଆଯିବ। ସକାଳ ପ୍ରାୟ ୫ ଘଣ୍ଟା ସମୟରେ ଚିକିତ୍ସାଳୟରେ ପହଞ୍ଚିବା ବେଳକୁ ପରିବାର ଲୋକ କାହାକୁ ନଜଣାଇ ଶବନେଇ ଚାଲିଯାଇଥିବା ଜଣାପଡିଥିଲା । ଏ ସଂପର୍କରେ ତୁରନ୍ତ ଜିଲାପାଳଙ୍କୁ ସୂଚନା ଦିଆଯାଇଥିଲା ଏବଂ ସେ ମୃତକଙ୍କ ପରିବାରକୁ ଗାଡିଭଡା ବାବଦକୁ ୨ ହଜାର ଟଙ୍କା ପ୍ରଦାନ କରିବା ସହ ହରିଶ୍ଚନ୍ଦ୍ର ଯୋଜନାରେ ଶବ ସତ୍କାର ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ବର୍ତମାନ ମହାପ୍ରୟାଣ ଗାଡିରେ ଜଣେ ମାତ୍ର ଡ୍ରାଇଭର ଥିବାରୁ ସମସ୍ୟା ସୃଷ୍ଟି ଦେଉଥିବା ଯୋଗୁଁ ତୁରନ୍ତ ଆଉଜଣେ ଡ୍ରାଇଭର ନିଯୁକ୍ତି ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ସହମତି ପ୍ରକାଶ କରିଥିବା ଡା. ପ୍ରଧାନ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories