www.samajalive.in
Monday, December 8, 2025
20.1 C
Bhubaneswar

ହରିଓଁ ଗ୍ରୁପ ପକ୍ଷରୁ ଗରିବ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ

ଗୋପାଳପୁର: ତାଲାବନ୍ଦ ସମୟରେ ଖାଇବାକୁ ନ ପାଇ ରାସ୍ତା କଡ଼ରେ ଖୋଲା ଆକାଶ ତଳେ, ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ବଡ ମେଡିକାଲ୍ ବାରଣ୍ଡାରେ ରାତ୍ରି ଯାପନ କରୁଥିବା ଅସହାୟ ଗରିବମାନଙ୍କୁ କୋଳଥି ଗାଁ ସ୍ଥିତ ହରିଓଁ ଗ୍ରୁପ୍ ଯୁବକମାନଙ୍କ ତରଫରୁ ଗତ ୪ ଦିନ ଧରି ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ପୁଡ଼ିଆ ମାଧ୍ୟମରେ ବଣ୍ଟନ କାର୍ୟ୍ୟ ଚାଲୁ ରହିଛି। ପ୍ରତ୍ୟେକ ଦିନ ସଂଧ୍ୟା ହେଲେ ରୋଷେଇ କାର୍ୟ୍ୟ ଆରମ୍ଭ କରାଯାଇ ରୋଷେଇ ଖାଦ୍ୟକୁ ପାର୍ଶଲ୍ ଯୋଗେ ବ୍ରହ୍ମପୁର ସହରର ଗଳି, ଗଳିରେ ଖୋଲା ଆକାଶ ତଳେ ତଥା ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ମେଡ଼ିକାଲରେ ଭୋକ ଉପାସରେ ବସବାସ କରୁଥିବା ଅସହାୟ ଲୋକଙ୍କ ମଧ୍ୟରେ ଏହା ବଣ୍ଟନ କରାଯାଉଛି । ହରିଓଁ ଗ୍ରୁପରର ସଦସ୍ୟ ଥିବା ଯୁବକମାନଙ୍କର ଦୈନିକ ଖର୍ଚ୍ଚରୁ କିଛି, କିଛି ନିଜସ୍ଵ ଆଦାୟ ସହ ବାଲ୍ୟବିବାହ ରୋକିବା ଦିଗରେ ଆଗେଇ ଆସିଥିବାରୁ ଜିଲ୍ଲାପ୍ରଶାସନ ତରଫରୁ ସମାଜ ସେବୀ ଜଗମୋହନ ପାତ୍ରଙ୍କୁ ମିଳିଥିବା ୫୦୦୦ ଟଙ୍କା ଅର୍ଥ ରାଶି ସାହାଯ୍ୟରେ ପରିଚାଳନା କରାଯାଉଥିବା ଜଣାପଡିଛି। ଏତଦ୍ ଦ୍ବାରା ଆତ୍ମ ସନ୍ତୋଷ, ଖୁସି ଓ ଆଶୀର୍ବାଦ ମିଳୁଥିବା ସହିତ ଅନ୍ୟମାନେ ମଧ୍ୟ ଏଦିଗରେ ଆଗେଇ ଆସିଲେ ସେମାନେ ଦୁଇଓଳା ଗରିବମାନଙ୍କୁ ଖାଇବାକୁ ଦେଇ ପାରିଥାନ୍ତେ ବୋଲି ଯୁବକ ସଂଘର ସଦସ୍ୟମାନେ ମତ ପ୍ରକାଶ କରିଛନ୍ତି।

ଏ କରୋନାର ଦ୍ୱିତୀୟ ଲହର୍ ସାରା ଭାରତ ବର୍ଷକୁ ଗ୍ରାସ କରିଥିବାବେଳେ ଲୋକେ ଭୟଭୀତ ହୋଇ ତାଲାବନ୍ଦ, ସଟଡାଉନରେ ଘରେ ରହୁଥିବା ବେଳେ ନିଜ ଜୀବନକୁ ବାଜି ଲଗେଇ ହରିଓଁ ଗ୍ରୁପର ସଦସ୍ୟାମାନେ ଏଭଳି ମହାନ୍ କାର୍ୟ୍ୟ ନିମନ୍ତେ ଆଗେଇ ଆସୁଥିବାରୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories