ଦେଶବିଦେଶ ଖବର
ନୂଆଦିଲ୍ଲୀ: ଭାରତର ବିମାନବାହକ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କିଛି ସମୟ ମଧ୍ୟରେ ତାହାକୁ ନିୟନ୍ତ୍ରଣ କରାଯାଇଥିଲା। ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିବା ନୌସେନାର ଜଣେ ମୁଖପାତ୍ର କହିଛନ୍ତି।
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର କଡପା ଜିଲା କଲାସପାଡୁ ମଣ୍ଡଳର ଏକ ପଥର କ୍ବାରିରେ ଶନିବାର ବିସ୍ଫୋରଣ ଘଟି ୧୦ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ପଥର ଫଟାଇବା ଲାଗି ବିସ୍ଫୋରକକୁ ବ୍ୟବହାର କରାଯାଉଥିବା ସମୟରେ ତାହା ବିସ୍ଫୋରଣ ଘଟିଥିଲା।
ଲଣ୍ଡନ: ବ୍ରିଟେନରୁ ଭାରତକୁ ଆସୁଛି ତିନିଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ଆସୁଛି ଏହି ଅମ୍ଳଜାନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ବିମାନରେ ବୋଝେଇ ହୋଇଛି ୧୮ ଟନ୍ ଓଜନର ପ୍ଲାଣ୍ଟ ଏବଂ ତାହାସହିତ ୧୦୦୦ ଭେଣ୍ଟିଲେଟର। ଭାରତରେ ସଂପ୍ରତି ଦେଖାଦେଇଥିବା କରୋନା ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିର ମୁକାବିଲା କରିବାକୁ ବ୍ରିଟେନ ସରକାର ଯୋଗାଇ ଦେଇଛନ୍ତି
ମୁମ୍ବଇ: କେନ୍ଦ୍ର ଆୟକର ବିଭାଗ ଦେଶରେ କୋଭିଡ ଚିକିତ୍ସା ନିମନ୍ତେ ଦାଖଲ କରାଯାଉଥିବା ନଗଦ ଅର୍ଥ କ୍ଷେତ୍ରରେ ଆୟକର ଆଇନରେ କିଛିଟା କୋହଳ କରିଛନ୍ତି। ଏଣିକି ଡାକ୍ତରଖାନାଗୁଡିକରେ କୋଭିଡ ଚିକିତ୍ସା ବାବଦରେ ଯଦି ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥାଏ ତେବେ ସେହି ଅର୍ଥ ନଗଦ ଆକାରରେ ଦିଆଯାଇପାରିବ
ମୁମ୍ବଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣୌତ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି
ଚେନ୍ନଇ: ତାମିଲନାଡୁ ସରକାର କୋଭିଡ ସଂକ୍ରମଣ ରୋକିବା ସକାଶେ ରାଜ୍ୟରେ ଦୁଇ ସପ୍ତାହ ପାଇଁ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି। ଆସନ୍ତା ସୋମବାର ମଇ ୧୦ ତାରିଖ ଠାରୁ ସମଗ୍ର ରାଜ୍ୟରେ ଲାଗୁହେବ ତାଲାବନ୍ଦ
ନୂଆଦିଲ୍ଲୀ: ଦେଶରେ ଦିନକରେ ୪ ଲକ୍ଷ ୧ହଜାର ୭୮ ନୂଆ ସଂକ୍ରମିତ; ୪ ହଜାର ଟପିଲା ଦୈନିକ ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ: କୋଭିଡ ଚିକିତ୍ସାରେ ଗାୟତ୍ରୀ ମନ୍ତ୍ରର ପ୍ରଭାବ ଉପରେ ଚାଲିଛି ଗବେଷଣା; କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ଯୋଗାଉଛି ପାଣ୍ଠି
ଟୋକିଓ: ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରାରୁ ଓହରିଲେ ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତି
ନୂଆଦିଲ୍ଲୀ: ବିରାଟ ଓ ଅନୁଷ୍କା କରୋନା ମହାମାାରୀ ଲଢେଇ ପାଇଁ ୨ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହ ବିରାଟ ଓ ଅନୁଷ୍କା ଅନ୍ୟ ଲୋକମାନଙ୍କୁ ଏହି ଅଭିଯାନରେ ଆଗେଇ ଆସି ସ୍ବଚ୍ଛତାର ସହ ଦାନ କରିବାକୁ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟଗୁଡିକ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଶୁଣିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିବେଦନ କରିଛନ୍ତି।
ରାଜ୍ୟଖବର
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ମଧ୍ୟ ରାଜ୍ୟରେ ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୧ ହଜାର ୮୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାରୁ ୨୨ଦିନ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଦିଅଁଙ୍କର ଏହି ଯାତ୍ରା ପାଇଁ ବିଏମ୍ସି ଅନୁମତି ପ୍ରଦାନ କରିଛି। କରୋନା ମାର୍ଗଦର୍ଶିକା ଅନୁସାରେ ଦିଅଁଙ୍କ ଯାତ୍ରା ସୀମିତ ସେବାୟତଙ୍କୁ ନେଇ ପାଳନ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ବିଏମ୍ସି ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଲାଗି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି।
ଆଳି : କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଥିବା ନେଇ ଶନିବାର ଖବର ମିଳିଛି। ରାତିରେ ଶୋଇଥିବା ଅବସ୍ଥାରେ ବିଷଧର ସାପକାମୁଡାରେ ଭାଇଭଉଣୀଙ୍କର ମୃତ୍ୟୁ ଘଟିଛି
ବଲାଙ୍ଗୀର : କରୋନା ଡ଼୍ୟୁଟିରେ ଯୋଗ ଦେବାକୁ ଯିବା ବେଳେ ଓଲଟିଲା ବସ ; ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ
ବ୍ରହ୍ମପୁର ବ୍ରହ୍ମପୁର : ଗସ୍ତରେ ପୁଲିସ ମହାନିର୍ଦେଶକ ଅଭୟ