www.samajalive.in
Monday, December 8, 2025
17.1 C
Bhubaneswar

କରୋନା ମହାମାରୀ ଯୋଗୁ ଭାରତର ୨୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଚାଲିଯାଇଛନ୍ତି

ହାଇଦରାବାଦ: କରୋନା ମହାମାରୀ, ତଦ୍‍ଜନିତ ତାଲାବନ୍ଦ ଭାରତୀୟ ଜନସାଧାରଣଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ସ୍ତରରେ ସାଂଘାତିକ ପ୍ରଭାବ ପକାଉଛି। ମହାମାରୀ କାରଣରୁ ଭାରତର ୨୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ମହାମାରୀ ବ୍ୟାପିବାର ବର୍ଷକ ପରେ ଦେଶର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ୧୫% ଓ ସହରାଞ୍ଚଳରେ ୨୦% ଦାରିଦ୍ର୍ୟ ବୃଦ୍ଧିପାଇଛି। ଏହି ୨୩ କୋଟି ଲୋକ ସଂପ୍ରତି ଜାତୀୟ ସର୍ବନିମ୍ନ ମଜୁରୀ ଦୈନିକ ୩୭୫ ଟଙ୍କାରୁ କମ୍‍ ଉପାର୍ଜନ କରୁଛନ୍ତି। ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସଷ୍ଟେନେବଲ ଏମ୍ପ୍ଲୟମେଣ୍ଟର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ଆଉ ମଧ୍ୟ କୁହାଯାଇଛି ଯେ ପ୍ରାୟ ୨୦% ସବୁଠାରୁ ଦରିଦ୍ର ତାଲାବନ୍ଦ କାରଣରୁ ବେକାର ହୋଇ ସେମାନଙ୍କର ଆୟ ସଂପୂର୍ଣ୍ଣ ଆୟ ହରାଇଛନ୍ତି। ଦରିଦ୍ର ତାଲିକାର ଉପରେ ଥିବା ୨୦% ସେମାନଙ୍କ ଆୟର ଏକ ଚତୁର୍ଥାଂଶରୁ ସାମାନ୍ୟ କିଛି କମ୍‍ ଆୟ ହରାଇଛନ୍ତି। ସ୍ଥାନୀୟ ତାଲାବନ୍ଦ ଅର୍ଦ୍ଧାଧିକ ବେତନଭୋଗୀ ସେମାନଙ୍କ ନିଯୁକ୍ତି ହରାଇବାରୁ ସେମାନଙ୍କୁ ଅଣ ଆନୁଷ୍ଠାନିକ ରୋଜଗାର ପନ୍ଥା ଖୋଜିବାକୁ ବାଧ୍ୟ କରିଛି। ପ୍ରାୟ ୩୪% ସଂଗଠିତ କ୍ଷେତ୍ରର କର୍ମଚାରୀ ଆତ୍ମନିଯୁକ୍ତି ଖୋଜିବାକୁ ବାଧ୍ୟ ହୋଇଥିବାବେଳେ ୮.୫% ସାମୟିକ ଭାବେ ବେତନ ଉପାର୍ଜନ ମାଧ୍ୟମ ଖୋଜିଛନ୍ତି ଏବଂ ୯.୮% ସାମୟିକ ଅଥବା ଦିନ ମଜୁରିଆ ଭାବରେ କାମ କରୁଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ଆଦି ରାଜ୍ୟରେ ଅଧିକ ଲୋକ କାମଧନ୍ଦା ହରାଇଥିବା ରିପୋର୍ଟରେ କୁହାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories