www.samajalive.in
Monday, December 8, 2025
27.1 C
Bhubaneswar

ଲକ ଡ଼ାଉନରେ ବେପାର ନିଶା ; ବିପୁଳ ମଦ ଜବତ , ୬ଗିରଫ

ନୀଳଗିରି: ଲକ ଡ଼ାଉନରେ ବେପାର ନିଶା । ଚଢା ଦରରେ ମଦ ବିକ୍ରି କରିବା ଯୋଜନା ପ୍ରସ୍ତୁତ ହେବା ନେଇ ଖବର ମିଳିବା ପରେ ନୀଳଗିରି ପୁଲିସର ଟିମ ବିଭିନ୍ନ ଅଞ୍ଚଳରେ ଚଢାଉ କରି ମଦ ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ବୁଧବାର ଜଣାପଡିଛି।
ସୂଚନା ଯୋଗ୍ୟ, ବାଲେଶ୍ବର ଜିଲ୍ଲା ର ନୀଳଗିରି ଏସଡ଼ିପିଓ ରିତେଶ ମହାପାତ୍ର ସମ୍ପୃକ୍ତ ମଦ ବିକ୍ରି ଘଟଣାର ଖବର ପାଇଥିଲେ।
ବିଭିନ୍ନ ଥାନା ଅଞ୍ଚଳରେ  ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚଢ଼ାଉ ଚାଲିଥିଲା। ନୀଳଗିରି ଥାନା ଅଞ୍ଚଳ ରୁ ୧୦୦ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ୨ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ସେହିପରି ଖଇରା ଥାନା ଅଞ୍ଚଳରେ ୧୮୮ଲିଟର ବିଦେଶୀ ମଦ ଜବତ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ୩/୪ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ସେମାନଙ୍କ ସମ୍ପର୍କରେ ପୁଲିସ ଅନୁସନ୍ଧାନ ଚାଲିଛି ଵୋଲି ଏସଡ଼ିପିଓ କହିଛନ୍ତି। ସେହିପରି ରେମୁଣା ଥାନା ଅଞ୍ଚଳ ରେ ୭୭ଲିଟର ବିଦେଶୀ ମଦ ଜବତ ହୋଇଛି ଏବଂ ଜଣେ ବେପାରୀ ଗିରଫ ହୋଇଛି। ଔପଦା ଥାନା ଅଞ୍ଚଳରେ ଜଣେ ବେପାରୀ ଗିରଫ ହୋଇଥିବା ବେଳେ ୧୦ଲିଟର ଦେଶୀ ମଦ ଜବତ କରାଯାଇଛି। ତେବେ ମଦ ପିଇବାକୁ ମଦୁଆ ଭିଡ଼ଙ୍କ ଭିଡ଼ ନହେବା ତଥା ଚୋରା ବେପାରକୁ ବନ୍ଦ କରିବା ଉଦ୍ଦେଶ୍ୟରେ ରେ ଏହି ଚଢ଼ାଉ ଅହୋରାତ୍ର ଚାଲିବ ବୋଲି ଏସଡ଼ିପିଓ ମହାପାତ୍ର ବିଭିନ୍ନ ଥାନାକୁ ନିର୍ଦେଶ ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories