www.samajalive.in
Monday, December 8, 2025
27.1 C
Bhubaneswar

୧୫ ବର୍ଷୀୟ ଭାଇ-ଭଉଣୀଙ୍କ ମହାନତା, ଭାରତ ପାଇଁ ସଂଗ୍ରହ କଲେ ୨ଲକ୍ଷ ୮୦ହଜାର ଡଲାର

ୱାସିଂଟନ: ଆମେରିକାରେ ଅବସ୍ଥାନ କରୁଥିବା ତିନି ଭାରତୀୟ ବଂଶୋଦ୍ଭବ ଭାଇ-ଭଉଣୀ ଭାରତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ୮୦ ହଜାର ଡଲାର ପାଣ୍ଠି ସଂଗ୍ରହ କରିଛନ୍ତି। ଏହି ଅର୍ଥରେ ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର ଆଦି ପ୍ରେରଣ କରାଯିବ ବୋଲି ସେମାନେ କହିଛନ୍ତି। ଏହି ତିନି ଭାଇ-ମଉଣୀଙ୍କ ନାମ ହେଉଛି ଜୀୟା, କରିନା ଓ ଅରମାନ ଗୁପ୍ତା। ସମସ୍ତଙ୍କ ବୟସ ୧୫ ଓ ସେମାନେ ‘ଟ୍ରିପ୍‌ଲେଟ୍‌’ ବା ଏକତ୍ର ଜନ୍ମ। ସେମାନେ ‘ଲିଟିଲ ମେଣ୍ଟର୍ସ’ ନାମରେ ଏକ ସଂଗଠନ ଗଠନ କରି ଏହା ମାଧ୍ୟମରେ ସହପାଠୀ ଓ ସେମାନଙ୍କ ପରିବାରବର୍ଗଙ୍କଠାରୁ ଅର୍ଥ ସଂଗ୍ରହ କରିଛନ୍ତି। ବହୁ ଡାକ୍ତର ମଧ୍ୟ ସେମାନଙ୍କୁ ସହାୟତା ଯୋଗାଇଛନ୍ତି। ଆଗକୁ ସେମାନେ ଟିକା ଯୋଗାଇବାକୁ ପ୍ରୟାସ ଜାରି ରଖିଥିବା ତିନି ଭାଇ-ଭଉଣୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ଅକ୍ସଫୋର୍ଡ ଓ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ଗୋଫଣ୍ଡମି’ ମାଧ୍ୟମରେ ଶନିବାର ସୁଦ୍ଧା ଯଥାକ୍ରମେ ୧୮ଲକ୍ଷ ଓ ୫୧ ଲକ୍ଷ ଟଙ୍କା ସଂଗ୍ରହ କରି ଭାରତକୁ ଯୋଗାଇଛନ୍ତି। କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଭାରତୀୟ ସମାଜ ସଭାପତି ନିଶାନ୍ତ ସାକ୍ସେନା ଓ ଅକ୍ସଫୋର୍ଡର ଦକ୍ଷିଣ ଏସୀୟ ଛାତ୍ର ସମାଜ ସଭାପତି ସୁୟେସା ଦତ୍ତ ଏହାର ନେତୃତ୍ବ ନେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories