www.samajalive.in
Monday, December 8, 2025
27.1 C
Bhubaneswar

ମାଳଦ୍ବୀପରେ ଅପେକ୍ଷା କରିବେ ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ: ୨୦୨୧ ଆଇପିଏଲ୍‌କୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏବେ ବିଦେଶୀ ଖେଳାଳିଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଜଲ୍‌ଦି ଓ ସୁରକ୍ଷିତ ଭାବେ ଘରେ ପହଞ୍ଚିବା। ଅଷ୍ଟ୍ରେଲିଆର ପ୍ରାୟ ୪୦ ଜଣ ଏବେ ଭାରତରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଖେଳାଳି, ପ୍ରଶିକ୍ଷକ ଓ ଭାଷ୍ୟକାର। ୩ ଜଣ ଖେଳାଳି କେନ୍ ରିଚାର୍ଡସନ୍, ଆଡାମ୍ ଜାମ୍ପା ଓ ଆଣ୍ଡରୁ ଟାଇ ଦୋହା ଦେଇ ଅଷ୍ଟ୍ରେଲିଆରେ ପହଞ୍ଚି ଯାଇଛନ୍ତି। ଭାରତ ଏବେ ବିଶ୍ବର ସବୁଠାରୁ ଅଧିକ କରୋନା ସଂକ୍ରମିତ ଦେଶ ହୋଇଥିବା ​‌ବେଳେ ଅଷ୍ଟ୍ରେଲିଆ ସରକାର ଭାରତରୁ ସମସ୍ତ ବିମାନକୁ ବାତିଲ କରି ଦେଇଛନ୍ତି। ତେଣୁ ଆଇପିଏଲ୍‌ ସହ ସମ୍ପୃକ୍ତ ଅଷ୍ଟ୍ରେଲୀୟ କେମିତି ସ୍ବଦେଶ ଫେରିବେ; ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏଣେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲୀୟ କ୍ରିକେଟର ସଂଘ ମିଳିତ ଭାବେ ଅଷ୍ଟ୍ରେଲିଆର ଖେଳାଳିଙ୍କୁ ସୁରକ୍ଷିତ ଭାବେ ଭାରତରୁ ଅଷ୍ଟ୍ରେଲିଆ ଫେରାଇ ଆଣିବା ଲାଗି ପ୍ରୟାସ କରୁଛନ୍ତି ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ସହ ମଧ୍ୟ ଆଲୋଚନା କରୁଛନ୍ତି।

ଆଇପିଏଲ୍‌ ସ୍ଥଗିତ ହେବା ପରେ ଭାରତରେ ଅଟକି ରହିଥିବା ପାଖାପାଖି ୪୦ ଜଣ ଅଷ୍ଟ୍ରେଲୀୟଙ୍କୁ ବାଟ ଦେଖାଉଛନ୍ତି ଦିନକ ତଳେ ଆଇପିଏଲ୍‌ ଛାଡ଼ି ଚାଲି ଯାଇଥିବା ଅଷ୍ଟ୍ରେଲିଆର ଭାଷ୍ୟକାର ମାଇକେଲ ସ୍ଲେଟର। ନୂଆଦିଲ୍ଲୀରୁ ଯାଇ ସ୍ଲେଟର ମାଳଦ୍ବୀପରେ ପହଞ୍ଚିଛନ୍ତି। ସେଠାରେ କିଛିଦିନ ରହି ଅଷ୍ଟ୍ରେଲିଆ ଯିବାକୁ ସ୍ଲେଟର ଯୋଜନା କରିଛନ୍ତି। ସ୍ଲେଟରଙ୍କ ପରାମର୍ଶରେ ଭାରତରେ ଥିବା ୪୦ ଜଣ ଅଷ୍ଟ୍ରେଲୀୟ ମାଳଦ୍ବୀପ ଯିବାକୁ ବାହାରିଛନ୍ତି। କରୋନା ସଂକ୍ରମିତ ଭାରତରେ ରହିବା ଅପେକ୍ଷା ମାଳଦ୍ବୀପରେ ରହିବା ନିରାପଦ ବୋଲି ଅଷ୍ଟ୍ରେଲୀୟ ମନେ କରିଛନ୍ତି। ତେଣୁ ସେମାନେ ମାଳଦ୍ବୀପ ଯାଇ ସେଠାରେ ଅପେକ୍ଷା କରିବେ। ଅଷ୍ଟ୍ରେଲିଆ ସରକାରଙ୍କ ସବୁଜ ସଙ୍କେତ ମିଳିଲେ ସେମାନେ ସ୍ବଦେଶ ଅଭିମୁଖେ ଯାତ୍ରାକରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ସରକାର ମେ’ ୧୫ ପର୍ଯ୍ୟନ୍ତ ଭାରତରୁ ବିମାନକୁ ବାତିଲ କରିଛନ୍ତି। ଯଦି ଇତିମଧ୍ୟରେ ଅଷ୍ଟ୍ରେଲିଆ ସରକାର ଆଇପିଏଲ୍‌ ସହ ଜଡ଼ିତ ୪୦ ଜଣ ଅଷ୍ଟ୍ରେଲୀୟଙ୍କୁ ସ୍ବଦେଶ ଫେରିବାକୁ ଅନୁମତି ନ ଦିଅନ୍ତି; ସେମାନେ ମେ’ ୧୫ ପର୍ଯ୍ୟନ୍ତ ମାଳଦ୍ବୀପରେ ରହିବେ ବୋଲି କହିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories