www.samajalive.in
Monday, December 8, 2025
27.1 C
Bhubaneswar

ପଞ୍ଚାୟତ ନିର୍ବାଚନ ପରେ ଉତ୍ତରପ୍ରଦେଶରେ ବ୍ୟାପୁଛି ସଂକ୍ରମଣ, ବିଜୟ ଘୋଷିତ ହେବା ପୂର୍ବରୁ ଜୀବନ ହରାଇଲେଣି ଅନେକ ପ୍ରାର୍ଥୀ

ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ପରେ ଗ୍ରାମାଞ୍ଚଳରେ ଦ୍ରୁତଗତିରେ କଂରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ନିର୍ବାଚନ ପାଇଁ ଆବଶ୍ୟକ ସତର୍କତା ଅମଲମ୍ବନ କରାଯାଇଥିଲେ ହେଁ ମହାମାରୀ ସଂକ୍ରମଣକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ପୂର୍ବରୁ ନିର୍ବାଚନ କାର୍ଯ୍ୟରେ ଯୋଗଦେଇଥିବା ୫୭୭ ଶିକ୍ଷକ କରୋନାରେ ପ୍ରାଣ ହରାଇଥିବାବେଳେ ଏବେ ବିଭିନ୍ନ ଅଞ୍ଚଳରେ ପ୍ରାର୍ଥୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମେନ୍‌ପୁରି, ଦେଓରିଆ, କନୌଜ, ପ୍ରତାପଗଡ଼ ଏବଂ ବାରାବାଙ୍କୀ ଜିଲାର ଅନେକ ପ୍ରାର୍ଥୀ ନିର୍ବାଚନରେ ବିଜୟ ହୋଇଛନ୍ତି, କିନ୍ତୁ ସେମାନେ ନିଜର ବିଜୟ ଖୁସି ଅନୁଭବ କରିବାକୁ ଏବେ ଜୀବିତ ନାହାନ୍ତି। ଅର୍ଥାତ ନିର୍ବାଚନ ପରେ ସେହି ଜିଲାର ଅନେକ ପ୍ରାର୍ଥୀ ପ୍ରାଣ ହରାଇ ସାରିଛନ୍ତି। ମେନ୍‌ପୁରି ଜିଲାର କୁରାବଳୀ ବ୍ଲକ ଅନ୍ତର୍ଗତ ନାଗଲା ଉସର ପଞ୍ଚାୟତର ପିଙ୍କି ଦେବୀ ନିର୍ବାଚନରେ ବିଜୟୀ ହୋଇଥିଲେ ହେଁ ୩ ଦିନ ତଳେ ତାଙ୍କର କରୋନାରେ ମୃତ୍ୟୁ ଘଟିଛି।

- Advertisement -

ସେହିପରି ଦେଓରିଆ ଜିଲାର କପୁରି ଏକଉନା ପଞ୍ଚାୟତରେ ପ୍ରାର୍ଥୀ ହୋଇଥିବା ବିମଳା ଦେବୀ ନାମ୍ନୀ ଜଣେ ମହିଳାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଭୋଟ ଗଣତି ହୋଇ ନ ଥିଲା। ଗତ ରବିବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ସେ ନିର୍ବାଚନରେ ବିଜୟୀ ହୋଇଥିବା ଜଣାପଡ଼ିଛି।

ଏହାବ୍ୟତୀତ ପ୍ରତାପଗଡ଼ର ଦୁଇ ଜଣ ପ୍ରାର୍ଥୀ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ଉଭୟେ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏପରି ଅନେକ ଜିଲାରେ ସମାନ ସ୍ଥିତି ଦେଖିବାକୁ ମିଳିଛି। କରୋନା କାଳରେ ନିର୍ବାଚନ କରିବା ଯୋଗୁ ରାଜ୍ୟରେ ସଂକ୍ରମଣ ବଢ଼ିବା ସାଙ୍ଗକୁ ପ୍ରାର୍ଥୀ ଏବଂ ନିର୍ବାଚନ ଅଧିକାରୀଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories