www.samajalive.in
Monday, December 8, 2025
17.1 C
Bhubaneswar

କୋଭିଡ ମୁକାବିଲାରେ ୭୦ କୋଟି ବ୍ୟୟ କରିବ ଷ୍ଟେଟ ବ୍ୟାଙ୍କ

ଦେଶରେ କରୋନା ମହାମାରୀ ସଂକ୍ରମଣର ମୁକାବିଲା ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୭୦ କୋଟି ଟଙ୍କା ବ୍ୟୟ କରୁଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା କହିଛନ୍ତି, ଯୋଜନା ଅନୁଯାୟୀ ୭୦ କୋଟିରୁ ଅଧିକ ଟଙ୍କାର ଯୋଜନା କରାଯାଇଥିବା ବେଳେ ଦେଶର ୧୭ଟି ସର୍କଲକୁ ୨୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସମ୍ୱାଦ ସରବରାହ ସଂସ୍ଥା ପିଟିଆଇକୁ ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି, ଷ୍ଟେଟ ବ୍ୟାଙ୍କ ପୂର୍ବରୁ ୩୦ କୋଟି ଟଙ୍କା ବ୍ୟୟ କରି କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ଭିତ୍ତିରେ ଚିକିତ୍ସା ସୁବିଧା ସ୍ଥାପନ ପାଇଁ ଅଣ-ସରକାରୀ ସଂଗଠନ ଏବଂ ଡାକ୍ତରଖାନା ପରିଚାଳନା ସହ ଜଡିତ ରହିଛି। ଅତ୍ୟଧିକ ସଂକ୍ରମଣ ପ୍ରଭାବିତ ରାଜ୍ୟଗୁଡ଼ିକରେ ଏସବିଆଇ ୧ ହଜାର ଶଯ୍ୟା ଓ ୫୦ଟି ଆଇସିୟୁ ବ୍ୟବସ୍ଥା ଥିବା ହସ୍ପିଟାଲ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ଖରା କହିଛନ୍ତି।

- Advertisement -

ରୋଗୀମାନଙ୍କ ପାଇଁ ଅମ୍ଳଜାନ ଉତ୍ପାଦକ ଯନ୍ତ୍ର ଯୋଗାଇବା ନିମନ୍ତେ ଏସବିଆଇ ଡାକ୍ତରଖାନା ଏବଂ ଏନଜିଓ ସହିତ ମଧ୍ୟ ସହଯୋଗ କରୁଛି। କର୍ମଚାରୀ ଏବଂ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ପ୍ରାଥମିକତା ଭିତ୍ତିରେ ଅସୁସ୍ଥ ହୋଇପଡିଥିବା ଲୋକଙ୍କ ଚିକିତ୍ସା ସୁବିଧା ପାଇଁ ଷ୍ଟେଟ ବ୍ୟାଙ୍କ ଦେଶର କେତେକ ଡାକ୍ତରଖାନା ସହ ଅନୁବନ୍ଧିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଇତି ମଧ୍ୟରେ ବ୍ୟାଙ୍କର ଅଢେଇ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୭୦ ହଜାର କର୍ମଚାରୀଙ୍କୁ ଟୀକାକରଣ କରାଯାଇଥିବା ସେ କହିଛନ୍ତି। ତେବେ ବ୍ୟାଙ୍କ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଟୀକାକରଣର ମୂଲ୍ୟ ବହନ କରିବାକୁ ନିଷ୍ପତ୍ତି ନେଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories