www.samajalive.in
Monday, December 8, 2025
17.1 C
Bhubaneswar

କୋଭିଡ ମୁକାବିଲା ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର କେନ୍ଦ୍ରୀୟ ଭାଗ ମଂଜୁର

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ କେନ୍ଦ୍ର ସରକାର ୮୮୭୩.୬ କୋଟି ଟଙ୍କା ମଂଜୁର କରିଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଏହି ପାଣ୍ଠି ଅନ୍ତର୍ଗତ ମଂଜୁର ହୋଇଥିବା ଅର୍ଥର ୫୦ ପ୍ରତିଶତ ଅର୍ଥାତ ୪,୪୩୬.୮ କୋଟି ଟଙ୍କା ରାଜ୍ୟଗୁଡିକ କୋଭିଡ ମୁକାବିଲା ଦିଗରେ ଖର୍ଚ୍ଚ କରିପାରିବେ। ସାଧାରଣତଃ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ପ୍ରତ୍ୟେକ ବର୍ଷ ଜୁନ୍ ମାସରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ପ୍ରଥମ କିସ୍ତି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଥାଏ। ଚଳିତ ଥର କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ, ଗତ ଆର୍ଥିକ ବର୍ଷରେ ଏହି ପାଣ୍ଠିରେ ଦିଆଯାଇଥିବା ଅର୍ଥ ପାଇଁ ବ୍ୟବହାର ପ୍ରମାଣପତ୍ରକୁ ଅପେକ୍ଷା ନ କରାଯାଇ ଚଳିତ ଆର୍ଥିକ ବର୍ଷର ପ୍ରଥମ କିସ୍ତି ମଂଜୁର କରାଯାଇଛି।

ଏହି ଆବଂଟିତ ପାଣ୍ଠିରେ ରାଜ୍ୟ ସରକାରଗୁଡିକ ଡାକ୍ତରଖାନାରେ ଅମ୍ଳଜାନ ଉତ୍ପାଦନ ଯନ୍ତ୍ର ସ୍ଥାପନ, ଭେଣ୍ଟିଲେଟର କ୍ରୟ, ଏୟାର ପ୍ୟୁରିଫାୟର କ୍ରୟ, ଆମ୍ବୁଲାନ୍ସ ସେବାକୁ ମଜବୁତ କରିବା, କୋଭିଡ-୧୯ ଡାକ୍ତରଖାନା ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ସହ କୋଭିଡ-୧୯ ପଦକ୍ଷେପ ପାଇଁ ଏହି ଅର୍ଥ ବ୍ୟବହାର କରିପାରିବେ। ଏହା ବ୍ୟତୀତ ଥର୍ମାଲ୍ ସ୍କାନର୍, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, ପରୀକ୍ଷଣ ଲାବୋରେଟୋରୀ, ପରୀକ୍ଷଣ କିଟ୍ ମଧ୍ୟ କ୍ରୟ କରାଯାଇ ପାରିବ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories