www.samajalive.in
Monday, December 8, 2025
17.1 C
Bhubaneswar

ହାତୀପଲ ଯୋଗୁଁ ଶତାଧିକ ଗ୍ରାମ ତିନିଦିନ ହେଲା ଅନ୍ଧାରରେ

ପାତ୍ରପୁର: ବାଟଭୁଲି ଆସିଥିବା ହାତୀ ପଲ ଫେରିବାର ନା ଧରୁନଥିବା ଯୋଗୁଁ ଶତାଧିକ ଗ୍ରାମବାସୀ ତିନି ଦିନ ହେଲା ଅନ୍ଧାର ଭିତରେ ରହୁଛନ୍ତି। ଦିଗପହଣ୍ଡି ରେଞ୍ଜରେ ଦୀର୍ଘ ବର୍ଷ ହେଲା ରହିଥିବା ହାତୀପଲ ପ୍ରଥମ ଥର ପାଇଁ କୃଷ୍ଣପୁର, କେ ନୂଆଗାଁ ଅଞ୍ଚଳକୁ ଚାଲି ଆସିଥିବା ବେଳେ ଫେରିବାର ନା ନଧରିବା ଫଳରେ ଶତାଧିକ ଗ୍ରାମରେ ଗତ ୨୮ତାରିଖ ଠାରୁ ସନ୍ଧ୍ୟା ପରେ ବିଦ୍ୟୁତ କାଟ ହେଉଛି । ପୂର୍ବରୁ ଏହି ହାତୀପଲ ଚିକିଟି ଅଞ୍ଚଳର ବିଭିନ୍ନ ଇଲାକା କୁ ଆସି କେରାଣ୍ଡି ମାଳ ପାହାଡ ଦେଇ ଫେରୁଥିବା ବେଳେ ଏବେ ପଥ ହୁଡ଼ି ଋଷିଦଲି ଲିଆଖାଇ କଳିଙ୍ଗ ଦଳା ଅ।ନିକଟ ମଧ୍ୟରେ ଘୁରି ବୁଲୁ ଛନ୍ତି। ରାତି ସମୟରେ ଏହି ହାତୀପଲ ଦୁଇ ଭାଗରେ ବିଭକ୍ତ ହୋଇ ଏପାଖ ସେପାଖ ହୋଇ ପୁଣି ପୂର୍ବ ସ୍ଥାନକୁ ଫେରିବା ଫଳରେ ଜଙ୍ଗଲ ବିଭଗ ର ଚିନ୍ତା ବଢ଼ାଇ ଦେଇଛ । ଏହି ସ୍ଥାନଟି ହାତୀପଲ ଯାତାୟତ କରିଡର ନଥିବା ବେଳେ ଅଞ୍ଚଳରେ ହାତୀ ମନେ ରହିବା ଫଳରେ ଅଘଟଣ କୁ ଦେଖି ଚିକିଟି ନୁଆଁପଡା ସେକ୍ସନ ରେ ବିଦୂତ ଯୋଗାଣ ସନ୍ଧ୍ୟା ପରେ ବିଛିନ୍ନ କରାଯାଉଛି। ଗତ ଦୁଇ ଦିନ ହେଲା ହାତୀପଲ କୁ ପୂର୍ବରୁ ଫେରିବା ପଥକୁ ଆଣିବା ପାଇଁ ଜଙ୍ଗଲ ବିଭାଗ ଉଦ୍ୟମ ବିଫଳ ହେଉଛି।ଯାହାକି ବିଭ।ଗର ଚିନ୍ତା ବଢାଇଛି।ଜଙ୍ଗଲରେ ଅଗ୍ନିକାଣ୍ଡ ପରେ ଗତ ଦୁଇ ମାସ ହେଲା ହାତୀପଲ ଏଣେ ତେଣେ ବୁଲୁଛନ୍ତି।

 

- Advertisement -

ହାତୀ ଘଉଡାଇବା ପାଇଁ ବିଭାଗ ର କର୍ମଚାରୀ ଙ୍କ ଉଦ୍ୟମ ଜାରି ରଖିଥିବା ବେଳେ ପୂର୍ବ ସ୍ଥାନ କୁ କେବେ ଫେରିବେ ତାହା ସ୍ୱଷ୍ଟ ହୋଇ ପାରୁନାହିଁ। ଚିକିଟି ରୁ ନୂଆପଡ଼ା ତୁରୁବୁଡି ଅଂଚଳ କୁ ସଂଯୋଗ ବିଦୂତ ପଥର କଳିଙ୍ଗ ଦଳା ପ୍ରକଳ୍ପ ନିକଟ ଜଙ୍ଗଲ ରେ ଏହି ହାତୀ ପଲ ଆଜି ଦିନରେ ଅବସ୍ଥାନ କରି ଥିବା ଦିଗପହଣ୍ଡି ରେଜ୍ଞର କେ ସି ପଟନାୟକ ସୂଚନା ଦେବା ସହ ସନ୍ଧ୍ୟା ପରେ ହାତୀଙ୍କ ଗଂନ୍ତବ୍ୟ ଜଣା ପଡିବ ବୋଲି କହିଛନ୍ତି। ଦୁଇ ଦିନ ହେଲା ରାତ୍ରରେ ଏହି ଅଞ୍ଚଳର କେ,ନୂଆଗାଁ, କୃଷ୍ଣପୁର, ନୁଆଁପଡା, ଚାନ୍ଦପୁର, ଗୌଡ଼ଗାଁ, ଟିକର ପଡା, ଭ୍ରମର ପୁର, ଖ।ରିଆଗୁଡା,ତୁରୁବୁଡି, ଗଡ ଗୋବିନ୍ଦପୁର, ପ୍ରଭୁତି ପଞ୍ଚାୟତର ଶତାଧିକ ଗ୍ରାମରେ ବିଦ୍ୟୁତ କଟା ଯାଉଛି। ଗରମ ଯୋଗୁଁ ଲୋକମାନେ ହନ୍ତସନ୍ତ ହେଉ ଥିବା ବେଳେ ବିଦ୍ୟୁତ କାଟ ଯୋୋଗୁଁ ଉପଭୋକ୍ତା ମହଲରେ ଅସନ୍ତୋଷ ଦେଖା ଦେଇଛି। ଏହି ସବୁ ଗ୍ରାମରେ ପ୍ରାୟ ପନ୍ଦର ହଜାର ଉପଭୋଗ ରହିଛନ୍ତି। ତେବେ ହାତୀ ପଲ କୁ ନିଜ ସ୍ଥାନକୁ ଫେରାଇବା ପାଇଁ ଜଙ୍ଗଲ ବିଭଗ ସୋତନ୍ତ୍ର ପଦକ୍ଷେପ ନେବା ସହ ତୁରନ୍ତ ଫେରାଇଲେ ବିଦୂତ ଯୋଗାଣ ସ୍ୱାଭାବିକ ହୋଇ ପାରିବ।ତେବେ ଆଜି ହାତୀଙ୍କ ଅବସ୍ଥାନ ସାଙ୍ଗକୁ ଲୋକଙ୍କ ରୋଷକୁ ଦେଖି ସୁରଙ୍ଗୀ ଅଞ୍ଚଳରୁ ହାତୀ ଚଳ ପ୍ରଚଳ କରୁଥିବା ଅଞ୍ଚଳକୁ ବାଦ ଦେଇ ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ଯୋଗାଇବା ଉଦ୍ୟମ ଆରମ୍ଭ ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories