www.samajalive.in
Sunday, December 7, 2025
26.1 C
Bhubaneswar

ଶିକ୍ଷକ ବାଣ୍ଟୁଛନ୍ତି କରୋନା ସଚେତନତାର ବାର୍ତ୍ତା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଟ୍ୱିଟ କରି କଲେ ପ୍ରଶଂସା

ପାତ୍ରପୁର: କରୋନା ମହାମାରୀର ଦ୍ଵିତୀୟ ଲହରୀ ତାର  କାୟା ବିସ୍ତାର କରି ସାଧାରଣରେ ଆତଙ୍କ ବଢ଼ାଇ ଚାଲିଥିବା ବେଳେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ସତର୍କ କରି ଖୁବ ପ୍ରଶଂସା ସାଉଁଟୁଛନ୍ତି ପାତ୍ରପୁର ବ୍ଲକ ଜରଡ଼ାଗଡ଼ ଗ୍ରାମର ଶିକ୍ଷକ ରାମ ଗୋପାଳ ପାଢ଼ୀ। ମହାଦେଇପୁର ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ପାଢ଼ୀ ପୂର୍ବରୁ ଏପରି ଅନେକ ଭିଡିଓ ପ୍ରସ୍ତୁତ କରି ବ୍ୟାପକ ଜନସଚେତନା ସୃଷ୍ଟି କରିଥିବା ବେଳେ ସମସ୍ତ ଭିଡିଓ ଖୁବ ଭାଇରଲ ହୋଇଥିଲା । ଚଳିତ ଥର ନିଜେ ଚିରା ପଠା ପୋଷାକ, କାନ୍ଧରେ ଅଖା ଓ ମାଟି ହାଣ୍ଡି ଧରି ନିଜକୁ ସର୍ବସଂହା ପୃଥିବୀ କହି ମାନବ ସମାଜକୁ ସୁଧାରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଭିଡ଼ିଓକୁ ଭିଭିନ୍ନ ମହଲରୁ ପ୍ରଶଂସା ମିଳିଥିବା ବେଳେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଟ୍ୱିଟ କରି ଶିକ୍ଷକ ରାମଗୋପାଳ ପାଢ଼ୀ ଙ୍କ ଅଭିନୟ ମଧ୍ୟମରେ କରାଯାଇଥିବା ସଚେତନତା ବାର୍ତ୍ତା କୁ ଭୁୟସୀ ପ୍ରଶଂସା କରିଛନ୍ତି । ଶିକ୍ଷକ ରାମ ଗୋପାଳ ପାଢ଼ୀ ଜଣେ ଆଗ ଧାଡ଼ିର କୋଭିଡ ଯୋଦ୍ଧା ଭାବେ କୋଭିଡ ଡ୍ୟୁଟି କରି ଗତବର୍ଷ ସେପ୍ଟେମ୍ବର ମାସ ୫ରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ଏହା ପରେ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories