www.samajalive.in
Tuesday, December 9, 2025
17.1 C
Bhubaneswar

ଜଙ୍ଗଲ ଜମିକୁ ନେଇ ବିବାଦ, ଦୁଇ ଗ୍ରାମବାସୀ ମୁହାଁମୁହିଁ

ନବରଙ୍ଗପୁର: ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଦୁଇ ଗୋଟି ଗ୍ରାମବାସୀ କିଛିଦିନ ହେବ ସ୍ଥାନୀୟ ଜଙ୍ଗଲ ଜମି କୁ ନେଇ ବିବାଦ ଲାଗିରହିଥିବା ବେଳେ ଏନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି।  ସୂଚନା ମୁତାବକ ଗତ ୨୦୦୯ ମସିହାରେ ଗ୍ରାମ୍ୟ ଜଙ୍ଗଲ ପାଇଁ ଗୁଡ୍ରା ସାନ ତାରାଗୁଗୁଡା ଏବଂ କୁସୁମୀ ଗ୍ରାମ ମଧ୍ୟରେ ଗ୍ରାମ୍ୟଜଙ୍ଗଲ କୁ ନେଇ ଉଭୟ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ହେବାସହ ଉତେଜନା ଦେଖାଦେଇଥିଲା। ପୁଣିଥରେ ୨୦୧୨ ମସିହାରେ ଗ୍ରାମ୍ୟଜଙ୍ଗଲ ବିଭାଜନ ହେଲା ପରେ ମଧ୍ୟ ଏଥିରେ ସନ୍ତୁଷ୍ଟ ନଥିଲେ ଦୁଇ ଗ୍ରାମବାସୀ। ଗୁଡ୍ରା ମୌଜା ଅନ୍ତର୍ଗତ ଖାତା ନମ୍ବର ୪୨୭, ପ୍ଲଟ ନଂ -୧୩୪୦,୧୩୧୪ ରେ ଥିବା  ସମୁଦାୟ  ୫୬ ଏକର ଗ୍ରାମ୍ୟ ଜଙ୍ଗଲ ପ୍ରକୃତରେ କାହା ଅଧୀନରେ ଯାଉଛି ତାହାକୁ ନେଇ ଅସନ୍ତୋଷ ବଢୁଛି।ବାରମ୍ବାର ପ୍ରତିବର୍ଷ ଜଙ୍ଗଲରୁ ଗଛ ମାରି ଜାଳେଣି ପାଇଁ କାଠ ନେବାସ ମୟରେ ଦୁଇ ଗାଁ ମଧ୍ୟରେ ମୁହାଁମୁହିଁ ହେଉଥିବା ଦେଖାଯାଉଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଜନପ୍ରତିନିଧି ହସ୍ତକ୍ଷେପ ନ କରିବା ଯୋଗୁଁ ଅସନ୍ତୋଷ ଗୁଡ୍ରା ଗ୍ରାମବାସୀ ଗତକାଲି ରାସ୍ତାରେ ଓହ୍ଲାଇ ବିକ୍ଷୋଭ କରିବା ସହ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ କୁଶପୁତ୍ତଳିକା ଦାହ କରି ସମସ୍ୟାର ସମାଧାନ ନ ହେଲେ  ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଘଟଣା ସ୍ଥଳରେ ତେନ୍ତୁଳୀଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର ଏବଂ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, ଏସଆଇ ପର୍ଶୁରାମ ସାହୁ, କବିର ଦିଗାଲ,ପାତ୍ରପୁଟ ଫାଣ୍ଡି,ଅଧିକାରୀ ବଳଭଦ୍ର ହରିଜନ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝା, ସୁଝା କରିବାସହ ନବରଙ୍ଗପୁର ଜିଲାପାଳ କିମ୍ବା ଉପ ଜିଲାପାଳଙ୍କୁ ଅବଗତ କରାଇ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ମାନେ ଶାନ୍ତ ପଡ଼ିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories