www.samajalive.in
Tuesday, December 9, 2025
16.1 C
Bhubaneswar

ଆସାମରେ ବଡ ଧରଣର ଭୂକମ୍ପ; ତୀବ୍ରତା ୬.୭

ଗୁଆହାଟି: ଆସାମରେ ଆଜି ସକାଳେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ୭.୫୧ରେ ଏହିଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ଥିବା ଭାରତର ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସାମର ସୋନିତପୁର ଅନ୍ତର୍ଗତ ଢେକିଆଜୁଲି ନିକଟରେ ଭୂଗର୍ଭର ୧୦ କିଲୋମିଟର ନିମ୍ନରେ ଏହି ଭୂକମ୍ପର ଉତ୍ପତ୍ତି ସ୍ଥଳ ବୋଲି ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିିଓସାଇନ୍ସେସ (ଜିଏଫଜେଡ) ପକ୍ଷରୁ କୁହାଯାଇଛି। ୟୁରୋପିଆନ-ମେଡିଟେରାନିଆନ ସିସମୋଲୋଜିକାଲ ସେଣ୍ଟର (ଇଏମଏସସି) ପକ୍ଷରୁ ଏହି ଭୂକମ୍ପର ମାତ୍ରା ୬.୨ ଥିବା କୁହାଯାଇଛି। ଏହାର ପ୍ରଭାବରେ ଆସାମର ଅଧିକାଂଶ ଅଞ୍ଚଳ ଥରି ଉଠିଥିଲା। ଏପରିକି ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ, ବାଂଲାଦେଶରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଭୂକମ୍ପ ଅନୁଭୂତ ହେବା ସମୟରେ କୋଠାବାଡି ଥରି ଉଠିଥିଲା। ଜନସାଧାରଣ ଜୀବନ ବିକଳରେ ଘରୁ ବାହାରୁ ଦୋୖଡିବାରେ ଲାଗିଥିଲେ। କେତେକ ସ୍ଥାନରେ କୋଠାଗୁଡିକରେ ପାଠ ସୃଷ୍ଟି ହୋଇଥିବା, ସିଲିଂରୁ ସିମେଣ୍ଟ ପଲସ୍ତରା ଖସିଥିବା ପ୍ରାଥମିକ ସୂଚନା ମିଳିଛି। ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ଏଯାଏ ହସ୍ତଗତ ହୋଇନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories