www.samajalive.in
Tuesday, December 9, 2025
16.1 C
Bhubaneswar

ଲଡୁଗାଁ : ଡେଙ୍ଗୁ ଆକ୍ରନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଲା

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଲଡୁଗାଁରେ ଡେଙ୍ଗୁ ଆକ୍ରନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି । ଆଉ ଗୋଟିଏ ଚିହ୍ନଟ ହେଲେ ୧୦୦ ହେବ। ଶୁକ୍ରବାର ସୁଦ୍ଧା ମିଳିଥିବା ସରକାରୀ ରିପୋର୍ଟ ଅନୁଯାୟୀ ଲଡୁଗାଁରେ ଡେଙ୍ଗୁ ଆକ୍ରନ୍ତଙ୍କ ସଂଖ୍ୟା ୯୯ ହୋଇଛି । ଗୁରୁବାର ସୁଦ୍ଧା ଏହି ରିପୋର୍ଟ ୮୨ ଥିଲା। ଦିନକ ମଧ୍ୟରେ ପୁଣି ୧୭ ରୋଗୀ ଚିହ୍ନଟ ହୋଇଛନ୍ତି। ସଂଗୃହୀତ ହୋଇଥିବା ୩୧ଟି ରକ୍ତ ନମୁନା ମଧ୍ୟରୁ ୧୭ଟି ପଜିଟିଭ ବାହାରିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ଛୁଇଁଛି । ସ୍ୱାସ୍ଥ୍ୟ ବିଭାଗ ଲଡୁଗାଁରେ ଡେଙ୍ଗୁ ନିୟନ୍ତ୍ରଣରେ ନିୟୋଜିତ ହୋଇଥିଲେ ହେଁ ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଅବଶ୍ୟ ଆଶ୍ୱସ୍ତର ବିଷୟ ହେଲା ଏପର୍ଯ୍ୟନ୍ତ ଡେଙ୍ଗୁରେ କେହି ମୃତ୍ୟୁବରଣ କରିନାହାନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହାର କାରଣ ଓ ନିରାକରଣ ପାଇଁ ଏକ ରାଜ୍ୟ ଓ କେନ୍ଦ୍ରୀୟ ଟିମ ଳଡୁଗାଁ ଆସି ସ୍ଥିତିର ସମୀକ୍ଷା କରିଥିଲା। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏଣ୍ଟୋମୋଲୋଜିଷ୍ଟ (ଜୀବ ବିଜ୍ଞାନୀ) ଡା.ଦିପକ ସ୍ୱାଇ ଏବଂ ସୁଶ୍ରୀ ସାଗରିକାଙ୍କ ନେତୃତ୍ୱରେ ଏକ ଟିମ୍‍ ଆସି ରୋଗୀଙ୍କୁ ଭେଟିବା ସହ ଗଳିକନ୍ଦି ବୁଲି ରୋଗର କାରଣ ସଂପର୍କରେ ଅନୁଧ୍ୟାନ କରିଥିଲେ। ରାଇସ୍‍ ମିଲଗୁଡିକର ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି, ବିଭିନ୍ନ ଗ୍ୟାରେଜମାନେଙ୍କରେ ଟାୟାର ଭିତରେ ଜମୁଥିବା ପାଣି ଓ ଡ୍ରେନମାନଙ୍କରେ ଜମିରହୁଥିବା ମଇଳା ପାଣି ମଶା ବଂଶ ବୃଦ୍ଧିର କାରଣ ବୋଲି ଏହି ଟିମ୍‍ କହିବା ପରେ ଶୁକ୍ରବାର ଆଉ ଏକ ଟିମ ଆସି ବିଭିନ୍ନ ରାଇସ୍‍ ମିଲ ଗୁଡିକରୁ ଡେଙ୍ଗୁ ମଶା ଧରିବା ସହ ଲାର୍ଭା ନଷ୍ଟ କରିଛି।
ସ୍ୱାସ୍ଥ୍ୟ ବିଭାଗର ଏତେ ସବୁପଦକ୍ଷେପ ସତ୍ତ୍ବେ ଏହି ରୋଗ ଲଡୁଗାଁ ସୀମା ଡେଇଁ ପଡୋଶୀ ସୁନାମାଲ ଓ ଆଇଲି ଗାଁକୁ ମଧ୍ୟ ବ୍ୟାପିଲାଣି। ଆଇଲି ଗାଁରେ ବର୍ତ୍ତମାନ ସୁଦ୍ଧା ୬ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନାମାଲରେ ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ଅବସ୍ଥା ଗୁରୁତର ଥିବାରୁ ଆଇଲି ଗାଁର ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭବାନିପାଟଣା ଡାକ୍ତରଖାନାରେ ୧୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ ଯେ ଲଡୁଗାଁ ଜିଲ୍ଳାର ଏକ ବଡ ଶିଳ୍ପାଞ୍ଚଳ। ଏହି ଗାଁରେ ସର୍ବାଧିକ ୧୫ଟି ରାଇସ୍‍ ମିଲ ରହିଛି। ଏମାନଙ୍କ ମଧ୍ୟରୁ ଅନେକ ରାଇସ୍‍ ମିଲ୍‍ ସଠିକ ଭାବେ ବର୍ଜ୍ୟ ବସ୍ତୁ ପରିଚାଳନା କରୁନଥିବା ଅଭିଯୋଗ ହୋଇଛି। ମିଲ୍‍ ଗୁଡିକର ବ୍ରଏଲରରୁ ନିର୍ଗତ ବିଷାକ୍ତ ପାଣିକୁ ରାସ୍ତା କଡରେ ଛାଡିଦେଉଛନ୍ତି। ଯାହା ମଶା ବଂଶ ବୃଦ୍ଧିର ଏକ ପ୍ରମୂଖ କାରଣ ବୋଲି ଡ଼ାକ୍ତରୀ ଦଳ କହିଛି। ସ୍ଥାନୀୟ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ ଲଡୁଗାଁ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories