www.samajalive.in
Monday, December 8, 2025
27.1 C
Bhubaneswar

ଭାରତରେ ନିର୍ମାଣ ହେବ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର; ୭୦ ନିୟୁତ ପରିବାରକୁ ଶକ୍ତି ଯୋଗାଇବାକୁ ସମର୍ଥ ହେବ

ପ୍ୟାରିସ: ଭାରତ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବାକୁ ଯାଉଛି। ଫ୍ରାନ୍ସର ଶକ୍ତି ଉତ୍ପାଦନକାରୀ ସଂସ୍ଥା ଇଡିଏଫ୍‍ ଏହି ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଟେକ୍‍ନୋ-କମର୍ସିଆଲ ଅଫର ଦାଖଲ କରିଥିବା କହିଛି। ବିଭିନ୍ନ ରାଷ୍ଟ୍ରରେ ଥିବା ପରମାଣୁ ଶକ୍ତି କେନ୍ଦ୍ରରେ ଘଟୁଥିବା ଦୁର୍ଘଟଣା ଏବଂ ଏହା ନିର୍ମାଣ ନିମନ୍ତେ ପ୍ରସ୍ତାବିତ ସ୍ଥାନର ଅଧିବାସୀଙ୍କ ବିରୋଧ କାରଣରୁ ପ୍ରକଳ୍ପ ଦୀର୍ଘଦିନ ହେଲା ଘୁଞ୍ଚି ଘୁଞ୍ଚି ଚାଲିଛି। ଇଡିଏଫ୍‍ କହିଛି ଯେ ଏହା ଭାରତର ମହାରାଷ୍ଟ୍ରର ଜଇତାପୁରଠାରେ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ୬ଟି ଥାର୍ଡ ଜେନେରେସନ ଇପିଆର ରିଆକ୍ଟର ନିର୍ମାଣ କରିବାକୁ ଇଞ୍ଜିନିୟରିଂ ସର୍ଭେ ତଥା ଉପକରଣ ଯୋଗାଣ ସକାଶେ ଏକ ବାଇଣ୍ଡିଂ ଅଫର ଦାଖଲକରିଛି। ପ୍ରକଳ୍ପ କାମ ଶେଷହେଲେ ତାହା ୧୦ ଜିଗାୱାଟ ଶକ୍ତି ଉତ୍ପାଦନ କରିବ। ଏହା ପ୍ରାୟ ୭୦ ନିୟୁତ ପରିବାରକୁ ଶକ୍ତି ଯୋଗାଇବାକୁ ଯଥେଷ୍ଟ ହେବ। ଏହି ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ ପାଇଁ ପ୍ରାୟ ୧୫ ବର୍ଷ ଲାଗିବ। ତେବେ ନିର୍ମାଣ କାମ ଶେଷହେବା ପୂର୍ବରୁ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇପାରିବ।
ଇଡିଏଫ୍‍ର ଜଣେ ମୁଖାପାତ୍ର କହିଛନ୍ତି, ଆଗାମୀ କିଛିମାସ ମଧ୍ୟରେ ଏହାର ଠିକା ଚୂଡାନ୍ତ ହେବ। କମ୍ପାନୀ ଭାରତୀୟ କର୍ତ୍ତୃପକ୍ଷଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ଜାରି ରଖିଛି ଏବଂ ଏହା ନିଜେ ଶକ୍ତି କେନ୍ଦ୍ର ନିର୍ମାଣ କରିବନାହିଁ। ବରଂ ଏହା ନ୍ୟୁକ୍ଲିୟର ରିଆକ୍ଟର ଯୋଗାଇଦେବ। ଏହି ପ୍ରକଳ୍ପରେ ଆମେରିକାର ଜିଇ ଷ୍ଟିମ ପାୱାର ମଧ୍ୟ ସଂପୃକ୍ତ ରହିଛି। ପ୍ରକଳ୍ପ ପାଇଁ ଆର୍ଥିକ ଦିଗରୁ ବିସ୍ତୃତ ସୂଚନା ପ୍ରକାଶ କରାଯାଇନଥିଲେ ମଧ୍ୟ ଏଥିରେ ବହୁକୋଟି ଟଙ୍କା ଖର୍ଚ୍ଚ କରାଯିବ। ୨୦ ବର୍ଷ ତଳେ ଏହି ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ଆସିବାପରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଏହାକୁ ନେଇ ଦୃଢ ବିରୋଧ କରାଯାଇଥିଲା। ସଂପ୍ରତି ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ଏହି ପ୍ରକଳ୍ପକୁ ବିରୋଧ କରିଥିବାବେଳେ ସଂପ୍ରତି ତାହାକୁ ନେଇ ସେଭଳି ସ୍ୱର ଆଉ ଶୁଭୁନାହିଁ। ଉକ୍ତ ପ୍ରକଳ୍ପ ନିର୍ମାଣ ସମୟରେ ସ୍ଥାନୀୟ ସ୍ତରରେ ପ୍ରାୟ ୨୫,୦୦୦ କର୍ମନିଯୁକ୍ତି ସୁଯୋଗ ସହିତ ନିର୍ମାଣ ପରେ ୨୭୦୦ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଇଡିଏଫ୍‍ କହିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories