www.samajalive.in
Tuesday, December 9, 2025
17.1 C
Bhubaneswar

ଆପଣାନ୍ତୁ ଏହି ସ୍ୱାସ୍ଥ୍ୟ ଉପକାରୀ ଟିପ୍ସ

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ।  ଡ଼ାଲଚିନିର ସାମାନ୍ୟ ମିଠା ଓ ହାଲକା ରାଗୁଆ ସ୍ୱାଦ ପାଇଁ ଏହାକୁ ସଭିଏଁ ବେଶ ପସନ୍ଦ କରନ୍ତି।  ଏହାର ବ୍ୟବହାର ବିଭିନ୍ନ ବ୍ୟଞ୍ଜନରେ ସ୍ୱାଦିଷ୍ଟ ମସଲା ଭାବେ ମଧ୍ୟ କରାଯାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏତଦ୍‍ ବ୍ୟତୀତ ଏହାର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ଯାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ……
– ଓଜନ ହ୍ରାସ କରିବା ପାଇଁ ଡ଼ାଲଚିନି ବେଶ ସହାୟକ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଓଜନ ହ୍ରାସ କରିଥାଏ।
– ସଠିକ ମାତ୍ରାରେ ଭୋକ ହେବା, ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରିଥାଏ।
ମାତ୍ର ନିଜ ଓଜନକୁ ହ୍ରାସ କରିବା ପାଇଁ ନିୟମିତ ଏହି ଉପାୟରେ ଡ଼ାଲଚିନିର ବ୍ୟବହାର କରନ୍ତୁ ….
– ନିଜ ଜୁସ, ବ୍ୟଞ୍ଜନ, ଭାତରେ ଏହାକୁ ବ୍ୟବହାର କରି ଖାଆନ୍ତୁ।
– ନିୟମିତ ପାଣିରେ ଡ଼ାଲଚିନି ପକାଇ ଚା’ ପ୍ରସ୍ତୁତ କରନ୍ତୁ। ଏଥିରେ ସାମାନ୍ୟ ମହୁ ମିଶାଇ ପିଅନ୍ତୁ। ଏହା ଓଜନ ହ୍ରାସ କରିଥାଏ।
– ନିଜ ଜୁସରେ ଡ଼ାଲଚିନି ଗୁଣ୍ଡ ପକାଇ ପିଇବା ଦ୍ୱାରା ମଧ୍ୟ ଓଜନ ହ୍ରାସରେ ସହାୟକ ହୋଇଥାଏ।
ଜାଣନ୍ତୁ ଅନ୍ୟ କିଛି ସ୍ୱତନ୍ତ୍ର ଖାଦ୍ୟ ବିଷୟରେ……
ରସୁଣ –
ରସୁଣ ଶରୀରକୁ ଉଷ୍ଣ ରଖିବାରେ ସାହାଯ୍ୟ କରେ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ଇନଫ୍ଲେମେଟ୍ରୀ, ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ବିଭିନ୍ନ ବ୍ୟାକ୍ଟେରିଆ ସଂକ୍ରମଣକୁ ଶରୀରରୁ ଦୂରେଇ ରଖେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ହଳଦୀ ଖିର –
ଆୟୁର୍ବେଦରେ ହଳଦୀକୁ ଔଷଧ ରୂପେ ବ୍ୟବହାର କରାଯାଏ। ଏହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ଦୂରେଇ ରଖେ। ହଳଦୀକୁ ଖିରରେ ମିଶାଇ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ଗୁଣ ରହିଛି।
କିସମିସ –
କିସମିସର ସେବନ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ରାତିସାରା କିସମିସକକୁ ପାଣିରେ ବତୁରାଇ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ମହୁ –
ମହୁରେ ଆଣ୍ଟି-ଅକ୍ସିଡ଼ାଣ୍ଟ ପ୍ରଚୁର ମାତ୍ରାରେ ରହିଛି। ଏହା ଥଣ୍ଡାକୁ ଶରୀରରୁ ଦୂରେଇ ରଖେ।
ଗୁଡ –
ଗୁଡ ଶରୀରକୁ ଉଷ୍ଣ ରଖିବାରେ ସାହାଯ୍ୟ କରେ। ଏଥିରେ ପୋଷକ ତତ୍ତ୍ୱ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories