www.samajalive.in
Monday, December 8, 2025
20.1 C
Bhubaneswar

ଝରାଫୁଲ ହତ୍ୟାର ପର୍ଦ୍ଦାଫାଶ: ୩୦ ହଜାର ଟଙ୍କା ପାଇଁ ମାରିଥିଲା ରାକେଶ

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ତାଙ୍କ ପୁରୁଷ ବନ୍ଧୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ସମେତ ୩ ଜଣଙ୍କୁ ଗିରଫ କରିଛି।

ଯାଜପୁର ଏସପି ରାହୁଲ ପିଆରଙ୍କ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ହିଁ ଝରାଫୁଲଙ୍କୁ ହତ୍ୟା କରିଥିଲା। ରାକେଶ ଏବଂ ଝରାଫୁଲ ଉଭୟେ ବନ୍ଧୁ ଥିଲେ। ବାଇକ୍‌ କିଣିବା ଲାଗି ରାକେଶ ଝରାଫୁଲଠାରୁ ୩୦ ହଜାର ଟଙ୍କା ନେଇଥିଲା। କିନ୍ତୁ ଠିକ୍‌ ସମୟରେ ତାହାକୁ ଫେରାଇ ନ ଥିଲା। ରାକେଶ ଟଙ୍କା ଦେବା ଲାଗି ଦିନ ଗଡ଼ାଇ ଚାଲିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଫଳରେ ଟଙ୍କା ନ ଦେଲେ ଘରକୁ ଯାଇ କହିବାକୁ ଝରାଫୁଲ ରାକେଶକୁ ଚେତାବନୀ ଦେଇଥିଲେ। ଏହା ପରେ ରାକେଶ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା।

- Advertisement -

ଟଙ୍କା ଫେରାଇବା ବାହାନାରେ ରାକେଶ ଝରାଫୁଲକୁ ଡକାଇଥିଲା। ଜନ୍ମଦିନ ପାର୍ଟିକୁ ଆସିଥିବା ଝରାଫୁଲକୁ ରାକେଶ ଅଟକାଇବା ସହିତ ୨୬ ତାରିଖରେ ଏକ ଓୟୋ ହୋଟେଲକୁ ନେଇଯାଇଥିଲା। ସେଠାରେ ସେ ତାଙ୍କୁ ବଳପୂର୍ବକ ମଦ ପିଆଇଥିଲା। ଝରାଫୁଲ ମଦ ପିଇବା ପରେ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ଶ୍ଵାସରୁଦ୍ଧ କରି ରାକେଶ ହତ୍ୟା କରିଥିଲା। ପରେ ରାକେଶ ତା’ର ଦୁଇ ସହଯୋଗୀଙ୍କୁ ଡକାଇ ମୃତଦେହ ଫିଙ୍ଗିବାକୁ ବ୍ୟବସ୍ଥା କରିଥିଲା ବୋଲି ଏସପି ସୂଚନା ଦେଇଛନ୍ତି।

୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବା ସହିତ ଖୁବଶୀଘ୍ର ମାମଲାର ଚାର୍ଜଶିଟ୍‌ ଦାଖଲ ହେବ ବୋଲି ଏସପି କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories