www.samajalive.in
Monday, December 8, 2025
27.1 C
Bhubaneswar

ସ୍ଵେରେଜ ଅଘଟଣ: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ଆଦେଶ

କଟକ: କଟକ ଓ ଭୁବନେଶ୍ଵରରେ ସ୍ଵେରେଜ ଅଘଟଣକୁ ନେଇ ହାଇକୋର୍ଟଙ୍କ ବିରକ୍ତି ପ୍ରକାଶ କରିଛନ୍ତି। ବିନା ସୁରକ୍ଷା ବ୍ୟବସ୍ଥାରେ ଶ୍ରମିକମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ଲଗାଯାଉଥିବାରୁ ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ଏହି ଦୁଇଟି ଘଟଣାରେ ପ୍ରତ୍ୟକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି।

ଗତ ମାର୍ଚ୍ଚ ୧୯ରେ ଭୁବନେଶ୍ଵରରେ ସ୍ଵେରେଜ କାମ ସମୟରେ ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଗତ ୧୫ ତାରିଖରେ କଟକ ସିଡିଏ ସେକ୍ଟର-୧୦ରେ ଅନୁରୂପ ଘଟିଥିଲା। ଏହି ଦୁଇଟି ଘଟଣାରେ ଫୌଜଦାରି ମାମଲା ରୁଜୁ କରି ତଦନ୍ତ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଯଦି କୌଣସି ମୃତକ ଅନୁସୂଚିତ ଜାତି କିମ୍ବା ଜନଜାତି ବର୍ଗର ହୋଇଥାନ୍ତି, ତେବେ ଏସସି/ଏସଟି ଆଇନ ଅନୁସାରେ ମାମଲା କରିବାକୁ ହାଇକୋର୍ଟ କହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories