www.samajalive.in
Monday, December 8, 2025
27.1 C
Bhubaneswar

ଅନୁପ୍ରବେଶ ଉଦ୍ୟମ ପଣ୍ଡ ; ୪ ଯବାନ ଆହତ

କାଶ୍ମୀର : ଉତ୍ତର କାଶ୍ମୀରର କୁପ୍‍ୱାଡ଼ା ଜିଲ୍ଲା ଅନ୍ତର୍ଗତ ନାଓଗାଁ-ହଣ୍ଡୱାରା ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ସେନାବାହିନୀ ପଣ୍ଡ କରିବାରେ ସକ୍ଷମ ହୋଇଛି। ଆତଙ୍କବାଦୀମାନଙ୍କ ସହ ଗୁଳିଗୋଳା ବିନିମୟରେ ସେନାବାହିନୀର ୪ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ୱତନ୍ତ୍ର ଚିକିତ୍ସାପାଇଁ ସେମାନଙ୍କୁ ଶ୍ରୀନଗର ସାମରିକ ହସ୍ପିଟାଲ୍‍କୁ ନିଆଯାଇଛି। ନିୟନ୍ତ୍ରଣ ରେଖାରେ ପହରା ଦେଉଥିବା ଯବାନମାନେ ସୀମା ଆରପଟୁ ଦଳେ ସଶସ୍ତ୍ର ଆତଙ୍କବାଦୀ ଅନୁପ୍ରବେଶ କରିବାପାଇଁ ଉଦ୍ୟମ କରୁଥିବା ଦେଖିବା ପରେ ସେମାନଙ୍କୁ ଉପରକୁ ଗୁଳି ଚଳାଇଥିଲେ। ଆତଙ୍କବାଦୀ ମାନେ ପାଲଟା ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିଗୋଳା ବିନିମୟ ଚାଲିଥିଲା। ଏଥିରେ ୪ ଜଣ ଯବାନ ଆହତ ହୋଇଥିଲେ। ସେହି ଅଞ୍ଚଳକୁ ଘେରାଓ କରି ନିରାପତ୍ତା ବାହିନ ତଲାସୀ ଅଭିଯାନ ଚଳାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories