www.samajalive.in
Monday, December 8, 2025
17.1 C
Bhubaneswar

‘ଲୋକଙ୍କର ବୟସ ବଢୁଛି ସେମାନେ ମରିବେ; କେହି ଅଟକାଇ ପାରିବେନାହିଁ’ : କୋଭିଡ ମୃତ୍ୟୁକୁ ନେଇ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ବିବାଦୀୟ ବିବୃତି

ଭୋପାଳ: ‘ଲୋକମାନଙ୍କର ବୟସ ବଢୁଛି। ସେମାନେ ବୁଢା ବୁଢୀ ହେଉଛନ୍ତି, ମରିବେ। ତାହାକୁ କେହି ଅଟକାଇ ପାରିବେନାହିଁ।’ ରାଜ୍ୟରେ କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଏଭଳି ବିବୃତି ଦେଇ ଏବେ ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଜଣେ ମନ୍ତ୍ରୀ।
କୋଭିଡରୁ ରକ୍ଷା ପାଇବା ପାଇଁ ଜନସାଧାରଣ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ତାଙ୍କୁ ଯେତେବେଳେ ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ସମ୍ପର୍କରେ ପଚରାଗଲା, ସେ କହିଥିଲେ ଯେ ସମସ୍ତେ କୋଭିଡରୁ ରକ୍ଷା ପାଇବାକୁ ସହଯୋଗ, ସୁରକ୍ଷା ଲୋଡୁଛନ୍ତି। କିନ୍ତୁ କ’ଣ କରାଯାଇପାରିବ। ଲୋକଙ୍କର ଯେତେବେଳେ ବୟସ ବଢୁଛି, ସେମାନେ ମରିବେ। ଏହି ମନ୍ତ୍ରୀ ହେଉଛନ୍ତି ପ୍ରେମ ସିଂ ପଟେଲ। ତାଙ୍କର ଏଭଳି ବିବୃତିକୁ ନେଇ ଅନେକ ତାଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସପିଟାଲରେ ଶଯ୍ୟା, ଅକ୍ସିଜେନ, ଆଇସିୟୁ, ଭେଣ୍ଟିଲେଟର ଆଦିର ଘୋର ଅଭାବ ପରିଲକ୍ଷିତ ହେଉଥିବାବେଳେ ମନ୍ତ୍ରୀଙ୍କର ଏଭଳି ବିବୃତି କଟା ଘା’ରେ ଚୂନ ଦେବାଭଳି ହୋଇଛି ବୋଲି ବିରୋଧୀ ଦଳଗୁଡିକ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories