BJD Bijuli 480×75 Mob

ଅନଲାଇନ ପରୀକ୍ଷା ଦାବିରେ ଟିଟିଲାଗଡ଼ ଡିଏଭି କଲେଜରେ ଆନ୍ଦୋଳନ

BJD Bijuli 480×75 Mob

ଟିଟିଲାଗଡ଼ : ଟିଟିଲାଗଡ଼ ଡିଏଭି ସ୍ୱୟଂ ଶାସିତ କଲେଜ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀ ଯୁକ୍ତ ତିନି ଥାର୍ଡ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରିବା ପାଇଁ ଦାବି କରିଛନ୍ତି। ପୂର୍ବରୁ ସରକାର ପରୀକ୍ଷା ସ୍ଥଗିତ ଘୋଷଣା କରି ସାରିଛନ୍ତି। ତେବେ କରୋନା ର ପ୍ରକୋପ ହ୍ରାସ ପାଇବା ଅନିଶ୍ଚିତ ଥିବା ନେଇ ଅନଲାଇନରେ ପରୀକ୍ଷା କରାଯାଉ ବୋଲି ଆଜି ସକାଳୁ ଛାତ୍ରଛାତ୍ରୀ କଲେଜ ଗେଟ ସମ୍ମୁଖରେ ବସି ଧାରଣା ସହ ନାରାବାଜି ଜାରି ରଖିଛନ୍ତି। ଏହା ସହ ଷଷ୍ଠ ସେମିଷ୍ଟାର ଅନଲାଇନରେ କରିବା ପାଇଁ ଦାବି ହୋଇଛି। ଛାତ୍ର କ୍ରିୟାନୁଷ୍ଠାନ କମିଟି ସଭାପତି ଶୁଭମ ଆଚାର୍ୟ୍ୟ, ଉପସଭାପତି ହିତେଶ ମିଶ୍ର, ସଂଯୋଜକ ପ୍ରଦୀପ ନାରାୟଣ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନ ଜାରି ରହିଛି।

Comments are closed.