www.samajalive.in
Sunday, December 7, 2025
15.1 C
Bhubaneswar

ଆନ୍ଧ୍ର ସରକାର ଓଡିଶାର କୋଟିଆ ଅଞ୍ଚଳରେ  ୩ ମାସ ମଧ୍ୟରେ କଲାଣି ୨ଥର ନିର୍ବାଚନ 

ଭୁବନେଶ୍ୱର: ଏହା ଏକ ଦୁର୍ଭାଗ୍ୟର କଥା ଓଡିଶା ମାଟିକୁ ସୁରକ୍ଷା ଦେବାରେ ଅସମର୍ଥ ବର୍ତ୍ତମାନର ବିଜେଡି ସରକାର। ଓଡିଶା ମାଟିକୁ ପଡୋଶୀ ରାଜ୍ୟମାନେ ଆସ୍ତେ ଆସ୍ତେ ମାଡି ବସୁଛନ୍ତି। କିନ୍ତୁ ଆମ ସରକାର ନିରବତା ଅବଲମ୍ବନ କରୁଛନ୍ତି। ଏହାଠାରୁ ଆଉ ଦୁଃଖ ଦାୟକ ଘଟଣା କ’ଣ ହୋଇପାରେ ବୋଲି ଆଜିର ପ୍ରେସ୍ ବାର୍ତ୍ତାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେଉଁ ମହାପୁରୁଷମାନେ ତ୍ୟାଗ ଦେଇ ଓଡିଶା ଗଠନ କରିଥିଲେ, ଆଜି ତାଙ୍କୁ ପରିହାସ କରାଯାଉଛି। ଆନ୍ଧ୍ର ସରକାର ଓଡିଶାର କୋଟିଆ ଅଞ୍ଚଳରେ ଗତ ୩ ମାସ ମଧ୍ୟରେ ଦୁଇ ଦୁଇଥର ନିର୍ବାଚନ ଘୋଷଣା କରି ନିର୍ବାଚନ କରି ସାରିଲେଣି। ନିର୍ବାଚନ କରିବା ପରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟ ଯାଉଛନ୍ତି। ଏପରିକି ନିର୍ବାଚନ ଚାଲିଥିଲା ବେଳେ ଓଡିଶା ସରକାର ୧୪୪ ଧାରା ଜାରି କଲେ, ତାକୁ ମଧ୍ୟ ଆନ୍ଧ୍ର ସରକାର ମାନିଲେ ନାହିଁ କି ଭ୍ରୁକ୍ଷେପ କଲେନାହିଁ। ବହୁ ପୂର୍ବରୁ ସୁପ୍ରିମ୍‌କୋର୍ଟ କହିଛନ୍ତି ସୀମା ବିବାଦ ମାମଲା କୋର୍ଟର ପରିସରଭୁକ୍ତ ନୁହେଁ। ଏହା ସଂସଦର ବା କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ। ସେମାନେ ଏ ବିଷୟରେ ନିଷ୍ପତ୍ତି ନେଇପାରିବେ।

- Advertisement -

କିନ୍ତୁ କେନ୍ଦ୍ର ବିଜେପି ସରକାରଙ୍କର ଓଡିଶା ପ୍ରତି ତିଳେମାତ୍ର ଆନ୍ତରିକତା ବା ଦରଦ ନାହିଁ। ସେହିପରି ଓଡିଶା ସରକାର ମଧ୍ୟ କୌଣସି ଆନ୍ତରିକତା ଦେଖାଉନାହାନ୍ତି। ଏହାଠୁ ଲଜ୍ଜାକର ଘଟଣା କ’ଣ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅତୀତରେ ଯେପରି ମହାନଦୀ ପାଣିକୁ ରାଜ୍ୟ ସରକାର ବଂଚାଇ ପାରିଲେ ନାହିଁ, ତାହା ହରାଇବାକୁ ପଡିଲା, ବର୍ତମାନ ମଧ୍ୟ ସେହିପରି ଓଡିଶା ମାଟିକୁ ହରାଇବାକୁ ବସିଲେଣି। ବିଜେଡି ସରକାର ଥରେମାତ୍ର ସୀମା ବିବାଦ ପ୍ରସଙ୍ଗ ସଂସଦରେ ଉଠାଇଲେ ନାହିଁ। କିମ୍ବା କେନ୍ଦ୍ର ସରକାର ଯାହା ସହିତ ବିଜେଡି ସରକାରଙ୍କ ଆନ୍ତରିକତା ରହିଛି, ସବୁକ୍ଷେତ୍ରରେ ସମର୍ଥନ କରୁଛନ୍ତି ତାଙ୍କୁ ମଧ୍ୟ ଓଡିଶା ସ୍ୱାର୍ଥ ପାଇଁ ରାଜ୍ୟ ସରକାର କହିଲେ ନାହିଁ । ତେଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇ ସଂସଦରେ ଏ ପ୍ରସଙ୍ଗ ଉଠାଇ ଓଡିଶାର ସ୍ୱାର୍ଥରକ୍ଷା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି। ନହେଲେ ଓଡିଶାବାସୀ ଏହି ଐତିହାସିକ ଭୁଲ୍‌କୁ ଗ୍ରହଣ କରିବେ ନାହିଁ ଓ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତେଇ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories