www.samajalive.in
Tuesday, December 9, 2025
17.1 C
Bhubaneswar

‘ଗୋ ହତ୍ୟା ବନ୍ଦ ପାଇଁ ଆଇନ ଆଣନ୍ତୁ ସରକାର’

ବ୍ରହ୍ମପୁର: ରାଜ୍ୟରେ ଗୋ ହତ୍ୟା ବଢ଼ୁଥିବା ନେଇ ପ୍ରତିବାଦ କରିଛି ବଜରଙ୍ଗ ଦଳ। ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ଗଞ୍ଜାମ ଜିଲା ଶାଖା ତରଫରୁ ଗୁରୁବାର ଏ ନେଇ ଧାରଣା ଦିଆଯିବା ସହିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି।

ସଂଗଠନ ତରଫରୁ କୁହାଯାଇଛି ଯେ, ବିଗତ କିଛି ମାସ ହେବ ଓଡିଶାରେ ଗୋ ଚାଲାଣକାରୀମାନେ ଅତ୍ୟନ୍ତ ସକ୍ରିୟ ହୋଇଛନ୍ତି। ବେଧଡ଼କ ଭାବେ ହତ୍ୟା ଉଦ୍ଦେଶ୍ୟରେ ଗୋ ଚାଲାଣ ହେଉଛି। ହିନ୍ଦୁମାନଙ୍କ ଆରାଧ୍ୟ ଗୋବଂଶକୁ ପ୍ରତିଦିନ ଶହ ଶହ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ିରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଚାଲାଣ କରାଯାଉଛି। ଏଥିରୁ ସଂଗୃହୀତ ବିପୁଳ ଅର୍ଥ ରାଷ୍ଟ୍ରବିରୋଧୀ ଆତଙ୍କବାଦ କାର୍ଯ୍ୟକଳାପରେ ବ୍ୟବହାର ହେଉଛି। ଏହା ବିରୋଧରେ ସଂଘର୍ଷ କରୁଥିବା ଗୋରକ୍ଷକମାନଙ୍କୁ ହତ୍ୟା ଧମକ ସହ ମରଣାନ୍ତକ ଆକ୍ରମଣ ଏବଂ ମିଥ୍ୟା ମାମଲାରେ ଛନ୍ଦି ଦିଆଯାଉଛି। ପୁଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ଗୋ-ଚାଲାଣ ଏବଂ ହତ୍ୟା ବଢ଼ିଛି। ଏ ସମସ୍ତ ବିଷୟକୁ ଅନୁଧ୍ୟାନ କରି ଓଡିଶା ବଜରଙ୍ଗ ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି।

- Advertisement -

ରାଜ୍ୟ ସରକାର ଗୋହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦୃଢ ଆଇନ ଆଣିବା ସହିତ ଗୋରକ୍ଷକମାନଙ୍କ ଉପରେ ଲଗାଯାଇଥିବା ମିଥ୍ୟା ମାମଲାକୁ ରଦ୍ଦ କରିବା, ଚାଲାଣ ରୋକିବା ପାଇଁ ଜିଲା ସ୍ତରରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ, ଚାଲାଣକାରୀଙ୍କୁ ଚିହ୍ନଟ ସହ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡିତ କରିବା, ପ୍ରତି ଜିଲାରେ ଗୋଶାଳା ନିର୍ମାଣ ଏବଂ ଗୋ ଆଧାରିତ ଶିଳ୍ପ ପାଇଁ ଆବଶ୍ୟକ ତାଲିମ ଏବଂ ଆର୍ଥିକ ପ୍ରୋସାହନ ପ୍ରଦାନ ପାଇଁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଶିବଦତ୍ତ କୁମାର ଦାଶ, ଲଳିତ ମୋହନ ସେଠୀ, ଗୌତମ ମହାରଣା, ଧୈର୍ଯ୍ୟଧର ସ୍ବାଇଁ ଏବଂ ଅରୂପ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories