www.samajalive.in
Thursday, December 11, 2025
27.1 C
Bhubaneswar

ସୁରକ୍ଷା କର୍ମଚାରୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ଜେଲରୁ ଖସି ପଳାଇଲେ ୧୬ କଏଦୀ

ଯୋଧପୁର: ଜେଲ ଭିତରକୁ ଅସ୍ତ୍ରଶସ୍ତ୍ର ନେବା କଷ୍ଟକର। ଖାଲି ହାତରେ ବି ଜେଲ ସୁରକ୍ଷା କର୍ମଚାରୀଙ୍କର ମୁକାବିଲା କରିବା ସମ୍ଭବ ନୁହେଁ। ଶେଷରେ ଚଳଚ୍ଚିତ୍ର କାହାଣୀ ଢାଞ୍ଚାରେ ଜେଲ ସୁରକ୍ଷା କର୍ମଚାରୀଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିିଙ୍ଗି ଜେଲରୁ ଫେରାର ହୋଇଯାଇଛନ୍ତି ୧୬ କଏଦୀ। ଏହି ଘଟଣା ଘଟିଛି ସୋମବାର ଦିନ ରାଜସ୍ଥାନର ଯୋଧପୁର ଜିଲା ଅନ୍ତର୍ଗତ ଫାଲୋଡି ସହରରେ ଥିବା ଉପ କାରଗାରରେ। ଖସି ପଳାଇଥିବା କଏଦୀମାନଙ୍କୁ ଧରିବା ପାଇଁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ ହୋଇଛି।

ଫାଲୋଡିର ଉପ ଜିଲାପାଳ ୟଶପାଲ ଆହୁଜା କହିଛନ୍ତି, ଜେଲରେ ପାଟିତୁଣ୍ଡ ଶୁଣି ସେ ତୁରନ୍ତ ପହଞ୍ଚିଥିଲେ। ସେଠାରେ ଚଟାଣରେ ପନିପରିବା ଏଣେତେଣେ ବିଛାଡି ହୋଇ ପଡିଥିଲା। ଜଣେ ମହିଳା ପୋଲିସ କର୍ମଚାରୀ ଯନ୍ତ୍ରଣାରେ ଚିତ୍କାର କରୁôଥଲେ। ସେଠାରେ ଥିବା ଜଣେ ଗାର୍ଡଙ୍କ ନିକଟରୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ୫ରୁ ୭ଜଣ କଏଦୀ ଜେଲ ସୁରକ୍ଷା କର୍ମଚାରୀଙ୍କ ଉପରକୁ ପନିପରିବା ଏବଂ ଲଙ୍କାଗୁଣ୍ଡ ପକାଇ ଜେଲରୁ ଖସି ପଳାଇ ଯାଇଛନ୍ତି। ଏହାପରେ ଶ୍ରୀ ଆହୁଜା ତୁରନ୍ତ ଏ ସମ୍ପର୍କରେ ଏସଏଚଓ ଏବଂ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଜେଲରୁ ଖସି ପଳାଇଥିବା କଏଦୀମାନଙ୍କୁ ଧରିବାକୁ ତୁରନ୍ତ ଅଭିଯାନ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଜେଲରୁ ମୋଟ ୧୬ଜଣ କଏଦୀ ଖସି ପଳାଇଛନ୍ତି। ସିସି ଟିଭି ଫୁଟେଜରୁ କଏଦୀମାନେ ଜେଲ ବାହାରେ ଥିବା ଦୁଇଟି ଗାଡିରେ ବସି ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଘଟଣା ସଂପର୍କରେ ଖବରପାଇ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ସେଠାରେ ପହଞ୍ଚିଥିଲେ। ସମସ୍ତ ନିକଟବର୍ତ୍ତୀ ଥାନାଗୁଡିକୁ ସତର୍କ କରିଦିଆଯିବା ସହିତ କଏଦୀମାନେ ଯେଭଳି ଅନ୍ୟ ରାଜ୍ୟକୁ ପଳାଇନଯିବେ ସେଥିପାଇଁ ସୀମାନ୍ତରେ ତନଖି ଫାଟକ ଲଗାଯାଇଛି। ଏଥିସହିତ ସଡ଼କରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ବସ୍‍ ଏବଂ ଅନ୍ୟାନ୍ୟ ଯାନବାହନକୁ ଯାଞ୍ଚ କରାଯାଉଛି। ଏହା ସୁପରିକଳ୍ପିତ କି ନୁହେଁ, ସେ ସମ୍ପର୍କରେ ତଦନ୍ତ କରାଯାଉଥିବା ଶ୍ରୀ ଆହୁଜା କହିଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories