www.samajalive.in
Monday, December 8, 2025
27.1 C
Bhubaneswar

ମାୟାମି ଓପନ୍‍ ଟେନିସ୍‍: ସେମିଫାଇନାଲରେ ଆଶ୍‍ଲେଗ୍‍ – ଏଲିନା

୨୦୨୧ ମାୟାମି ଓପନ୍‍ ଟେନିସ୍‍ର ପ୍ରଥମ ମହିଳା ସିଙ୍ଗଲ୍ସ ସେମିଫାଇନାଲ୍‍ ମ୍ୟାଚ୍‍ରେ ବିଶ୍ୱର ଏକ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଆଶ୍‍ଲେଗ୍‍ ବାର୍ଟି ବିଶ୍ୱର ୫ ନମ୍ବର ଖେଳାଳି ୟୁକ୍ରେନ୍‍ର ଏଲିନା ସ୍ୱିତୋଲିନାଙ୍କୁ ଆସନ୍ତାକାଲି ଆମେରିକାର ଫ୍ଲୋରିଡାରେ ଭେଟିବେ। ବାର୍ଟି ବେଲାରୁଷର ଏରିନା ସାବାଲେଙ୍କାଙ୍କୁ କ୍ୱାର୍ଟର ଫାଇନାଲରେ ୬-୪, ୬-୭ ଓ ୬-୩ ସେଟରେ ହରାଇଥିଲେ। ବାର୍ଟି ବିଶ୍ୱର ଏକ ନମ୍ବର ଖେଳାଳି ମାନ୍ୟତା ବଜାୟ ରଖିବା ପାଇଁ ଆଉ ଗୋଟିଏ ମ୍ୟାଚରେ ବିଜୟୀ ହେବା ଆବଶ୍ୟକ।

ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ସ୍ୱିତୋଲିନା ସହଜରେ ଲାଟଭିଆର ଆନାସ୍ତାସିଜା ସେବାସ୍ତୋବା ଙ୍କୁ ୬-୩ ଓ ୬-୨ ସେଟରେ
ହରାଇଛନ୍ତି। ଅବଶିଷ୍ଟ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ୍‍ ମ୍ୟାଚଗୁଡ଼ିକରେ ଗ୍ରୀକ୍‍ର ମାରିଆ ସକ୍କାରି ଜାପାନର ନାଓମି ଓଷାକାଙ୍କୁ ଭେଟିବାକୁ ଥିବା ବେଳେ କାନାଡାର ବାୟାଙ୍କା ଆଣ୍ଡ୍ରିସ୍କୁ ସ୍ପେନ୍‍ର ସାରା ସରିବ୍ସ ଟର୍ମୋଙ୍କୁ ଭେଟିବେ।

- Advertisement -

ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ରୁଷର ଡାନିଲ୍‍ ମେଦବେଦେବ ସ୍ପେନ୍‍ର ଆର୍‍. ବଟିଷ୍ଟା ଅଗୁଟଙ୍କୁ ଭେଟୁଥିବା ବେଳେ ଇଟାଲୀର ଜାନିକ୍‍ ସିନର କାଜାଖସ୍ତାନର ଆଲେକ୍‍ଜାଣ୍ଡର ବୁବ୍‍ଲିକଙ୍କୁ ଭେଟିବେ। ଆଉ ଏକ କ୍ୱାର୍ଟର ଫାଇନାଲ୍‍ ମ୍ୟାଚରେ ଆମେରିକାର ସେବାଷ୍ଟିଆନ୍‍ କୋରଡା ରୁଷର ଆଣ୍ଡ୍ରେ ରୁବ୍‍ଲେବ୍‍ଙ୍କୁ ଭେଟୁଥିବା ବେଳେ ପୋଲାଣ୍ଡର ହୁବଟ୍‍ର୍ ହର୍‍କାଜ୍‍ ଗ୍ରୀସ୍‍ର ଷ୍ଟିଫାନୋସ୍‍ ଟିଟ୍‍ସିପାସ୍‍ଙ୍କୁ ଭେଟିବେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories