www.samajalive.in
Monday, December 8, 2025
27.1 C
Bhubaneswar

ନବରଙ୍ଗପୁରରେ ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମଗ୍ର ନବରଙ୍ଗପୁର ଜିଲାରେ ଗୁରୁବାର (ଆସନ୍ତାକାଲି) ୨୫ ତାରିଖ ରାତ୍ର ୮ଟାରୁ ସକାଳ୬ଟା ପର୍ଯ୍ୟନ୍ତ ରାତ୍ରକାଳନୀ କର୍ଫ୍ୟୁ ଲାଗୁ କରାଯାଇଛି। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଜାରି କରିଥିବା ବିଞପ୍ତି ଅନୁସାରେ ଏହି ସମୟରେ ୫ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ। ସେମିନାର, କର୍ମଶାଳା, ଓ ସଭା ସମିତିକୁ ବାତିଲ କରାଯାଇଛି। ସମାଜିକସଭା, ଧାର୍ମିକ ସଭା, ସମିତି, ବାହାଘର ଭୋଜି, ବରଯାତ୍ରୀ, ଅପେରା ସମେତ ଅନ୍ୟାନ୍ୟ ଉତ୍ସବ, ରାଜନୈତିକ ସଭା, ଆନ୍ଦୋଳନ କରାଯାଇ ପାରିବନି, କଲ୍ୟାଣ ମଣ୍ଡପକୁ ଅନୁମତି ଦିଆଯିବନି। ହୋଟେଲ ଓ ଲଜରେ ରହୁଥିବା ଲୋକ କୋଭିଡ୍‍ ନିୟମ ମାନିଚଳିବେ। ଏହାଛଡା ଯେଉଁମାନେ କାଶ,ଜ୍ୱର ଓ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି ସେମାନେ ତୁରନ୍ତ ଜିଲା ହେଲପଲାଇନ୍‍ ତଥା କୋଭିଡ୍‍ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶନାମାକୁ କଡାକଡି ଭାବେ ପାଳନ କରିବା ପାଇଁ ଉପଜିଲାପାଳ, ସମସ୍ତ ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ଓ ଥାନା ଅଧିକାରୀ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମନେ ଏହାର ଖିଲାଫ କରିବେ ସେମାନଙ୍କର ବିରୋଧରେ କୋଭିଡ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣକରିବାକୁ କୁହାଯାଇଛି। ଏହାର ନକଲ ଅତିରିକ୍ତ ଜିଲପାଳ ସିଡିଏମଓ ସମସ୍ତ ଜିଲା ଓ ବ୍ଳକ ସ୍ତରୀୟ ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି। ମାଲକାନଗିରି ପରେ ନବରଙ୍ଗପୁର ଜିଲରେ ଏହି ରାତ୍ରକାଳୀନ କର୍ଫ୍ୟୁ ଜାରୀ କରାଯାଇଛି। ତେବେ ଜିଳରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ କରୋନା ପଜିଟିଭ କେସ୍‍ ରହିଥିବାବେଳେ ପୋଡଶୀ ରାଜ୍ୟ ଓ ପୋଡଶୀ ଜିଲାରେ ଏହାର ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories