www.samajalive.in
Sunday, December 7, 2025
16.1 C
Bhubaneswar

ନିଆରା ପର୍ବ ଗୁଣପୁରର କାଞ୍ଜିପୁଟି ଝାମି ଯାତ୍ରା

ଗୁଣପୁର : କୋଭିଡ କଟକଣାକୁ ଦୃଷ୍ଟିରେ ରଖି ରାୟଗଡା ଜିଲା ଗୁଣପୁର ଅଞ୍ଚଳର ଠାକୁରଣୀ ଦେବୀ ଏଲମାଙ୍କ ଯାତ୍ରା  ରବିବାର ପାରରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି। ଏହି ଯାତ୍ରା ଦେଖିବା ପାଇଁ ଜିଲା ତଥା ଜିଲା ବାହାରୁ ଶତାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ଦୋକାନ ବଜାରରେ ମଧ୍ୟ ଭିଡ ଜମିଥିଲା। ପୂଜକ ଭାବେ ଏମ.ଚିନା, ଏମ ରାଜା, ଏମ.କିଷାନ ରୀତିନୀତି ଅନୁଯାୟୀ ପୂଜାପାଠ କରିଥିଲେ। ଏହି ଯାତ୍ରା ବାସ୍ତବିକ ନିଆରା। ଏହି ଅବସରରେ ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ମା ବାହାରକୁ ବାହାରନ୍ତି। ବର୍ଷକୁ ଥରେ କାଞ୍ଜିପୁଟି ସ୍ଥିତ ପୀଠକୁ ଯାଇ ପୂଜା ପାଇଥାନ୍ତି। ଏହି ସମୟରେ ଗୁଣପୁରର କତାଲୁଗୁଡା ଗ୍ରାମ ନିକଟସ୍ଥ ବଂଶଧାରା ନଦୀତଟ୍ଟରେ ମାଁଙ୍କୁ ବିରାଜମାନ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ରାଜ ରାଜୁଡା ଅମଳରୁ ଦେବୀ ଏଲମା ପୂଜା ପାଇ ଆସୁଥିବା ବେଳେ ତତ୍କାଳୀନ ଜୟପୁର ମହାରାଜଙ୍କ ତତ୍ତ୍ୱାବଧ୍ୟାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହେଉଥିଲା। ରାଜତନ୍ତ୍ର ଲୋପ ପାଇବା ପରେ ଏହି ଯାତ୍ରା କେବଳ ପରମ୍ପରା ନାମରେ ବଞ୍ଚି ରହିଛି। ପୂଜା କରିବା ଦ୍ୱାରା ଚର୍ମ ରୋଗ ହୁଏ ନାହିଁ ବୋଲି ବିଶ୍ୱାସ କରାଯାଇଥାଏ।

ମାଁଙ୍କର ଦୁଇଟି ମୂର୍ତ୍ତୀ ରହିଛି। ଗୋଟିଏ କାଠ ମୂର୍ତ୍ତୀ ଥିବା ବେଳେ ଅନ୍ୟଟି ରୂପାର ତିଆରି ମୁଖା। ଉକ୍ତ ମୁଖା ପୂଜକଙ୍କ ଘରେ ବର୍ଷତମାମ ପୂଜା ପାଇଥାନ୍ତି। କାଠରେ ତିଆରି ଦେବୀଙ୍କୁ ଯାତ୍ରାଙ୍କୁ ଅଣା ଯାଇଥାଏ। ଦେବୀଙ୍କ ନିକଟରେ ଦୁଇ ଜଣ ଦ୍ୱାରାପାଳ ରହିଛନ୍ତି। ସେମାନେ ହେଲେ ପୋତୁ ଆନ୍ନା ଏବଂ ପୋତୁ ରାଜୁ। ଫଗୁଣ ମାସର ଏହି ପୂଣ୍ୟ ତିଥିରେ ମାଁଙ୍କ ପୂଜା ପାଳନ କରାଯାଇଥାଏ ବୋଲି ପୂଜକମାନେ ପ୍ରକାଶ କରିଛନ୍ତି। ପୂଜା ପୂର୍ବ ଦିନ ରାତିରେ ଦେବୀଙ୍କୁ ଆସ୍ଥାନରୁ ତଳକୁ ଓହ୍ଲାଇ ଅଣାଯାଇଥାଏ। ସେହି ରାତ୍ରରେ ପୂଜା ଶେଷ ହେବା ପରେ ଝାମି ଯାତ୍ରା ପାଇଁ ମାଁଙ୍କୁ କାଞ୍ଜିପୁଟିଙ୍କୁ ନିଆଯାଇଥାଏ। ସେଠାରେ ଦିନ ତମାମ ଜନଗହଳ ଓ ଯାତ୍ରା ଲାଗିରହେ। ରାତ୍ର ୯ଟା ପରେ ମାଁଙ୍କୁ ପୁଣି ସ୍ୱସ୍ଥାନକୁ ଫେରାଇ ଅଣାଯାଇଥାଏ। ସେଠାରେ ବାଳଭୋଗ ଓ ଆଳତି ପରେ ପୁନଃ ମାଙ୍କୁ ପୂଜକଙ୍କ କୋଠରୀସ୍ଥ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଥାଏ। ଏହି ସମୟରେ ଭକ୍ତମାନେ ଦିନ ଯାକ ଉପବାସରେ ରହି ରାତିରେ ଫଳ ଆହାର କରିଥାନ୍ତି। ଶିବରାତ୍ର ପର ଦିନ ଠାରୁ ଏହି ଯାତ୍ରା ପାଇଁ ପ୍ରସ୍ତୁତି ଓ ରୀତିନୀତି ଆରମ୍ଭ ଆରମ୍ଭ ହୋଇଥାଏ। ମହିଳାମାନେ ମସ୍ତକରେ ଚାଙ୍ଗୁଡି ଧାରଣ କରି ଚାଉଳ ମାଗନ୍ତି। ସବୁ ମାଗଣା ଚାଉଳ ଏକତ୍ର କରାଯାଇ ଏଲମା ଦେବୀଙ୍କ ନିକଟରେ ପୂଜା କରାଯାଇଥାଏ। ଏହି ଚାଉଳକୁ ପୂଜକ ଦୂର ପର୍ଯ୍ୟନ୍ତ ଫିଙ୍ଗିଥାନ୍ତି। ଚାଉଳ ଯେଉଁ ଲୋକଙ୍କ ଉପରେ ପଡେ ସେହି ଅଞ୍ଚଳର ଲୋକଙ୍କୁ ଚର୍ମରୋଗ ହୋଇନଥାଏ ବୋଲି ବିଶ୍ୱାସ କରାଯାଏ। ପୂର୍ବରୁ ପୂଜକ କଣ୍ଟାଦୋଳିରେ ହଳଦି ଧରି ବସି ଝୁଲିଲା ପରେ ହାତରେ ହଳଦି ସିନ୍ଦୂରକୁ ଭକ୍ତଙ୍କୁ ପ୍ରସାଦ ସ୍ୱରୂପ ଦିଆଯାଇଥାଏ। କିନ୍ତୁ କାଳକ୍ରମେ ଏହି ପ୍ରଥା ଲୋପ ପାଇଯାଇଛି।

- Advertisement -

ଦଶହରା ଅବସରରେ ମଧ୍ୟ ମାଙ୍କୁ ପୂଜକଙ୍କ ଘରେ ଥାକରୁ ଓହ୍ଲାଇ ପୂଜା କରାଯାଇଥାଏ। ୧୮୮୭ ମସିହାରେ ତତ୍କାଳୀନ ଜୟପୁର ମହାରାଜଙ୍କ ପୁଞ୍ଜିକରଣ ଦଲିଲ ପ୍ରକାଶ ପୂର୍ବପୁରୁଷ ଅମଳରୁ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ପୂଜକମାନେ ସୂଚନା ଦେଇଛନ୍ତି। ମାଙ୍କ ପୂଜାର୍ଚ୍ଚନା ପାଇଁ ଜୟପୁର ରାଜାଙ୍କ ପକ୍ଷରୁ ପ୍ରଦତ୍ତ ୨ ଏକର ୯୦ ସେଣ୍ଟ ଜମି ଶିିରଝୋଲି ପଞ୍ଚାୟତ ପଗଡିବିଲି ଅଞ୍ଚଳରେ ରହିଛି। ଦେବୋତ୍ତର ବିଭାଗ ଅଧୀନରେଏହି ପୀଠ ରହିଥିଲେ ହେଁ କୌଣସି ସହାୟତା ମିଳୁନଥିବା ଦେଖିବାକୁ ମିଳିଛି। ଆଜିର ଏହି ଯାତ୍ରା ସମୟରେ କୌଣସି ସରକାରୀ କର୍ମଚାରୀଙ୍କ ଦେଖା ମିଳିନାହିଁ। ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଳରେ ଯାତ୍ରା ଏପର୍ଯ୍ୟନ୍ତ ଚାଳିଆସୁଛି। ସ୍ଥାନୀୟ ଲୋକଙ୍କ ଉଦ୍ୟାମରେ ପ୍ରତ୍ୟେକ ବର୍ଷ ଏହି ଯାତ୍ରା ପାଳନ କରାଯାଉଥିବା ଦେଖିବାକୁ ମିଳିିଛି। ଆଜିର ଏହି କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ ରଥ, କେଦାରନାଥ ରଥ, ବି.ଫକୀର, ବି.ରାଜେଶ, ଆଦିତ୍ୟ କୁମାର ପ୍ରଧୈନ, ଉମା, ଫକୀର, ଏନ.ମାଝି ପ୍ରମୁଖ ପରିଚାଳନା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories