www.samajalive.in
Monday, December 8, 2025
27.1 C
Bhubaneswar

ସ୍ମରଣ ଶକ୍ତି ବୃଦ୍ଧି ଠାରୁ କେଶ ଝଡିବା ରୋକିଥାଏ କଳାଅଙ୍ଗୁର

କଳାରଙ୍ଗର ଅଙ୍ଗୁର ସ୍ୱାଦରେ ମିଠା ଓ ଖଟାମିଠା ଉଭୟ ଲାଗିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନରୁ କମ ନୁହେଁ। ଏଥିରେ ଥିବା ପୋଷକ ତତ୍ତ୍ୱ,ମ୍ୟାଗ୍ନେସିୟମ, ସାଇଟ୍ରିକ ଏସିଡ ଆଦି ବିଭିନ୍ନ ରୋଗରୁ ରକ୍ଷା କରିବାରେ ବେଶ ସହାୟକ ହୋଇଥାଏ। କଳାଅଙ୍ଗୁରର ସେବନ ଦ୍ୱାରା ମୋଟାପଣ ହ୍ରାସ ହେବା ସହ ମଧୁମେହ, ରକ୍ତଚାପ, ହୃଦୟ ଜନିତ ସମସ୍ୟା, କେଶ ଓ ତ୍ୱଚା ସହ ଜଡିତ ବହୁ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ……
କଳାଅଙ୍ଗୁର ସେବନ କରିବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ କରିଥାଏ। ଯେଉଁମାନଙ୍କର ପତଳା ହେବାକୁ ଇଚ୍ଛା ସେମାନେ କଳାଅଙ୍ଗୁରର ନିଶ୍ଚୟ ସେବନ କରନ୍ତୁ। କୋଲେଷ୍ଟେରୋଲକୁ ମଧ୍ୟ ନିୟନ୍ତ୍ରଣ କରି ରଖିଥାଏ।
ଏହାର ସେବନ ଦ୍ୱାରା ବ୍ୟକ୍ତିର ଏକାଗ୍ରତା, ସ୍ମରଣଶକ୍ତି ବୃଦ୍ଧି ହୋଇଥାଏ। ଏହାଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହ ମାଇଗ୍ରେନ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ।
ମଧୁମେହ ରୋଗୀ ମାନେ କଳାଅଙ୍ଗୁର ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ।
କଳା ଅଙ୍ଗୁର ଖାଇବା ଦ୍ୱାରା ଏହା କେଶ ସହ ଜଡିତ ବହୁ ସମସ୍ୟା ଦୂର କରିଥାଏ। ଏଥିରେ ଥିବା ଭିଟାମିନ ଇ କେଶ ପାଇଁ ବେଶ ଲାଭଦାୟକ। ଏହା କେଶର ଶୁଷ୍କପଣ, କେଶ ଝଡିବା, ଧଳା ହେବା ଭଳି ସମସ୍ୟା ଦୂର କରିଥାଏ। କେଶକୁ ନରମ, ରେଶମୀ, ମଜଭୂତ କରିଥାଏ।
କଳାଅଙ୍ଗୁର ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।

 

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories