www.samajalive.in
Monday, December 8, 2025
27.1 C
Bhubaneswar

ମମତାଙ୍କୁ ମୋଦୀଙ୍କ ଚେତାବନୀ: ଏଥର ଦିଦିଙ୍କ ଖେଳ ସରିବ, ରାଜ୍ୟରେ ବିକାଶ ହେବ

ପୁରୁଲିଆ(ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗରେ ଚଳିତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି। ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଏବଂ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ନୀତିକୁ ଜନବିରୋଧୀ ଦର୍ଶାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିକୁ ବିଭିନ୍ନ ଜନସଭାରେ କଟାକ୍ଷ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପଶ୍ଚିମବଙ୍ଗ ଗସ୍ତକରି ପୁରୁଲିଆରେ ଆୟୋଜିତ ଏକ ବିଶାଳ ନିର୍ବାଚନୀସଭାରେ ଉଦବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ବାମପନ୍ଥୀ ଓ ଟିଏମ୍‍ସି ସରକାର ସମୟରେ ପଶ୍ଚିମବଙ୍ଗ ଜନସାଧାରଣ ଅବହେଳିତ, ଉପେକ୍ଷିତ ହୋଇଥିବା କହି ମମତାଙ୍କୁ ପ୍ରତିଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ଦିଦିଙ୍କ ଖେଳ ସରିବ, ରାଜ୍ୟରେ ବିଜେପି ନେତୃତ୍ୱରେ ବିକାଶ ହେବ।

ମମତାଙ୍କୁ ଚେତାଇଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଆପଣ କେବଳ ଖେଳ ଜାଣନ୍ତି ନାହିଁ, ଖେଳ ମୁଁ ବି ଜାଣିଛି, ସେଥିରେ ଆପଣଙ୍କ ହାରିବା ନିଶ୍ଚିତ।” ଜନସମାବେଶକୁ ଉଦବୋଧନ ଦେଇ ମୋଦୀ କହିଥିଲେ, ପଶ୍ଚିମବଙ୍ଗ ବୀରମାଟି। କିନ୍ତୁ ଟିଏମ୍‍ସି ଏବଂ ବାମପନ୍ଥୀ ସରକାର ସର୍ବଦା ଏହି ରାଜ୍ୟକୁ ଅବହେଳା ପ୍ରଦର୍ଶନ କରିଆସିଛନ୍ତି। ଦିଦି କହୁଛନ୍ତି, ଖେଳ ହେବ, ବିଜେପି କହୁଛି ଚାକିରୀ ହେବ। ଦିଦି କହୁଛନ୍ତି ଖେଳ ହେବ, ବିଜେପି କହୁଛି ବିକାଶ ହେବ। ଦିଦି କହୁଛନ୍ତି ଖେଳ ହେବ, ବିଜେପି କହୁଛି ଶିକ୍ଷାର ପ୍ରସାର ହେବ.. ଏଥର ଖେଳ ଶେଷହେବ, ବିକାଶ ଆରମ୍ଭ ହେବ।

- Advertisement -

ବଙ୍ଗଳା ଭାଷାରେ ମୋଦୀ ନିଜର ଭାଷଣ ଆରମ୍ଭ କରିଥିଲେ। ଟିଏମ୍‍ସିକୁ ଆକ୍ଷେପ କରି ସେ କହିଥିଲେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୁଲିଆ ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ କିଛି କରିନାହାନ୍ତି। ଟିଏମ୍‍ସି ସରକାର କେବଳ ନିଜ ଖେଳରେ ବ୍ୟସ୍ତ ରହିଛି। ପୁରୁଲିଆ ଜନସାଧାରଣଙ୍କ ସମସ୍ୟାକୁ ଅଣଦେଖା କରାଯାଇଛି। ପୁରୁଲିଆ ଆଜି ସବୁଠାରୁ ପଛୁଆ ଅଞ୍ଚଳ ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହେଉଛି। ପୁରୁଲିଆର ଜନସାଧାରଣ ଭେଦଭାବର ଶାସନ ଦେଖିଛନ୍ତି। ପୁରୁଲିଆ ଜନସାଧାରଣଙ୍କୁ ଭରସା ଦେଇ ସେ କହିଥିଲେ, ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବାପରେ ପୁରୁଲିଆ ଜନସାଧାରଣଙ୍କୁ ଆଉ ସେହି ପରିସ୍ଥିତିର ସାମ୍‍ନା କରିବାକୁ ପଡିବନାହିଁ। ପଶ୍ଚିମବଙ୍ଗରେ ଡବଲ ଇଞ୍ଜିନ ସରକାର ଆସିଲେ ଏଠାରେ ବିକାଶ ହେବ।

ପୌରାଣିକ କିମ୍ବଦନ୍ତୀର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ପୁରୁଲିଆରେ ଭଗବାନ ଶ୍ରୀରାମ ତୀରମାରି ଭୂମିରୁ ଜଳଧାର ବାହାର କରିଥିଲେ। କିନ୍ତୁ ଆଜି ପୁରୁଲିଆରେ ଜଳସଙ୍କଟ ପରିସ୍ଥିତି ସୃଷ୍ଟିହୋଇଛି। ଆମ ସରକାର ଭୂତଳ ଜଳ ଯୋଜନା କାର୍ଯ୍ୟକାରୀ କରି ଲୋକଙ୍କୁ ସେହି ସମସ୍ୟାରୁ ମୁକ୍ତି ଦେବାକୁ ପଦକ୍ଷେପ ନେବେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories