www.samajalive.in
Monday, December 8, 2025
27.1 C
Bhubaneswar

ନିୟମିତ ତୁଳସୀଙ୍କୁ ପୂଜାର୍ଚ୍ଚନା କରନ୍ତୁ ; ମିଳିଥାଏ ଶୁଭଫଳ

ହିନ୍ଦୁଧର୍ମରେ ତୁଳସୀ ବୃକ୍ଷ ଖୁବ ପୂଜନୀୟ ଓ ଆସ୍ଥାର ପ୍ରତୀକ ବୋଲି ମାନ୍ୟତା ରହିଛି। ଏହି କାରଣରୁ ସଭିଁଙ୍କ ଘର ଅଗଣାରେ ତୁଳସୀ ବୃକ୍ଷ ପ୍ରତିଦିନ ପୂଜା ପାଉଥିବାର ଦେଖାଯାଏ। ଭଗବାନ ବିଷ୍ଣୁଙ୍କ ଭୋଗରେ ତୁଳସୀପତ୍ର ପକାଇ ଅର୍ପଣ କରାଯାଏ। ଏହାସହ ତୁଳସୀ ବୃକ୍ଷର ଖୁବ ଔଷଧୀୟ ଗୁଣ ମଧ୍ୟ ରହିଛି। ମାତ୍ର ବାସ୍ତୁ ଓ ଧର୍ମ ଶାସ୍ତ୍ର ଅନୁଯାୟୀ, ତୁଳସୀ ବୃକ୍ଷ ସହ ଜଡିତ କିଛି ନିୟମ ଓ ଏହାର ଶୁଭଫଳ ରହିଛି। ଜାଣନ୍ତୁ…..
ବାସ୍ତୁ ଅନୁଯାୟୀ, ଘରେ ତୁଳସୀ ବୃକ୍ଷକୁ ଉତ୍ତର, ଉତ୍ତର-ପୂର୍ବ ଦିଗରେ ରଖିବା ଅଧିକ ଶୁଭଙ୍କର। ଏହି ଦିଗରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ମାତ୍ର ଘରର ଦକ୍ଷିଣ ଦିଗରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ।
ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାଇଲେ ପାରିବାରିକ କଳହ ଦୂର ହୋଇଥାଏ। କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଗୁରୁବାର ତୁଳସୀ ବୃକ୍ଷରେ ହଳଦୀ କପଡା ବାନ୍ଧି କର୍ମକ୍ଷେତ୍ର କିମ୍ବା ଦୋକାନରେ ରଖନ୍ତୁ। ଏହାଦ୍ୱାରା ଖୁବ ଉନ୍ନତି ହୋଇଥାଏ।
ତୁଳସୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଖୁବ ପ୍ରସନ୍ନ ହୋଇଥାଆନ୍ତି। ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଦୀପ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ନିୟମିତ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବହୁ ରୋଗ ଶରୀରରୁ ଦୂରେଇ ରହେ।
ଶାସ୍ତ୍ର ଅନୁଯାୟୀ, ତୁଳସୀ ବୃକ୍ଷର ପତ୍ରକୁ ରବିବାର, ଏକାଦଶୀ, ଆଦି ଦିନରେ ତୋଳିବା ଉଚିତ ନୁହେଁ।
ଭଗବାନ ବିଷ୍ଣୁ ଓ କୃଷ୍ଣଙ୍କର ପୂଜା ତୁଳସୀ ପତ୍ରର ବ୍ୟବହାର ବିନା ସମ୍ପୂର୍ଣ୍ଣ ହୋଇନଥାଏ।
ଏହାସହ ପୂଜାରେ ଗଙ୍ଗାଜଳ ଓ ତୁଳସୀପତ୍ର କଦାପି ବାସି ହୋଇନଥାଏ।
ନିୟମିତ ତୁଳସୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖଶାନ୍ତି ସମୃଦ୍ଧି ସର୍ବଦା ରହିଥାଏ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories