www.samajalive.in
Monday, December 8, 2025
27.1 C
Bhubaneswar

କାମ ପାଇଥିବା ଶିକ୍ଷକ ବଦଳି ଗଲେଣି ; ଅନୁଦାନ ପଡିଛି, ଚୂଡାନ୍ତ ହୋଇପାରୁନି ସ୍କୁଲ ଘର

ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ ବିଡିଘାଟ ପଞ୍ଚାୟତର ପରଧିଆପାଲି ସ୍କୁଲ। ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ରହିଛି। ୭୨ଜଣ ପିଲା ସ୍କୁଲରେ ପଢୁଛନ୍ତି। ତେବେ ସ୍କୁଲର ଶ୍ରେଣୀ କଠୋରୀ ସଂପୂର୍ଣ୍ଣ ହୋଇ ନଥିବା ବେଳେ ମରାମତି ହୋଇଥିବା ଏକ ଶ୍ରେଶୀ ଗୃହରେ ପିଲାଏ ପଢନ୍ତି, ମଧ୍ୟାହ୍ନ ଭୋଜନ ଖାଦ୍ୟ ସହ ସ୍କୁଲ କାଗଜପତ୍ର ରହେ। ଏମିତି ଅବସ୍ଥାରେ ସର୍ବଶିକ୍ଷା ଅଭିଯାନର ସମସ୍ତେ ପଢନ୍ତୁ ଓ ବଢନ୍ତୁ ସ୍ଥିତି।

ଅଭିଯୋଗ ଅନୁସାରେ, ୩/୪ ବର୍ଷ ପୂର୍ବରୁ ଏହି ସ୍କୁଲର ଶ୍ରେଣୀ କଠୋରୀ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ସରକାରୀ ଅନୁଦାନ ମିଳିଥିଲା। କେତେଟଙ୍କା ମିଳିଥିଲା ତାହା ଭଗବାନ ଜାଣନ୍ତି। ଆଉ ଏହି କାମର ଦାୟିତ୍ୱ ନେଇଥିଲେ ତତ୍କାଳୀନ ଶିକ୍ଷକ ଲଳିତ ମିଶ୍ର। ଶ୍ରୀ ମିଶ୍ରଙ୍କ ସମୟରେ ସ୍କୁଲ ନିର୍ମାଣ ବାବଦ ବିଲ୍ ବି ଉଠିଛି ଓ କାମ ବି ହୋଇଛି। କିନ୍ତୁ ସବୁ ଅଧପନ୍ତରିଆ। କେବଳ ସେତିକି ନୁହେଁ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ମଧ୍ୟ ୩ଲକ୍ଷ ଟଙ୍କା ଅନୁଦାନ ସ୍କୁଲକୁ ଦେଇଛନ୍ତି। ହେଲେ କାମର ହିସାବ ଠିକ୍ ନଥିବା ଓ କୌଣସି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ସ୍କୁଲ କୋଠା କାମ ଅଧପନ୍ତରିଆ ଭାବେ ପଡି ରହିଛି। ଇତିମଧ୍ୟରେ ଶିକ୍ଷକ ଶ୍ରୀ ମିଶ୍ରଙ୍କର ନିକଟସ୍ଥ କୋଟ ସ୍କୁଲକୁ ବଦଳି ହୋଇଥିଲା। ସରକାରଙ୍କ ନୂଆ ଶିକ୍ଷାନୀତି ଅନୁସାରେ କୋଟ ସ୍କୁଲ ଉଠିଯିବାରୁ ଚିକଲବାହାଲ ସ୍କୁଲକୁ ସ୍ଥାନାନ୍ତରିତ ହୋଇଥିଲେ ଶିକ୍ଷକ ଶ୍ରୀ ମିଶ୍ର। ତେବେ ଏଯାଏଁ ପରଧିଆପାଲି ସ୍କୁଲ କାମ ଶେଷ ହୋଇ ନଥିବାରୁ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବେ ସ୍କୁଲ ଘର କାମ ଶେଷ ହେବ ଓ ପିଲାମାନେ ସ୍ୱାଭାବିକ ଭାବେ ପଢିବେ ତାକୁ ନେଇ ଚିନ୍ତାପ୍ରକାଶ ପାଇଛି। ଏସଂପର୍କରେ ବଲାଙ୍ଗିର ବିଇଓ ରାଘବ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ପରଧିଆପାଲି ସ୍କୁଲ ସମସ୍ୟା ସଂପର୍କରେ ଅବଗତ ରହିଛି। କାମ ନେଇଥିବା ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଚିଠି କରାଯାଇଛି। ସେ ସଂପୂର୍ଣ୍ଣ ବିବରଣୀ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କେବେ ହେବ ଏସବୁ କାମ? କୋଠା ଶେଷ ହେଉ ନଥିବା ବେଳେ ଶିକ୍ଷକଙ୍କୁ ଉତ୍ତରଦାୟୀ ହେବା କଥା। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନଥିବା ବେଳେ ସେ ରାଜନୈତିକ ଓ ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ନୀରବ ରହିଥିବା ଅଭିଯୋଗ ହେଉଛି। ଜିଲା ଶିକ୍ଷାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିଚାର କରିବାକୁ ଦାବି ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories