www.samajalive.in
Sunday, December 7, 2025
15.1 C
Bhubaneswar

ନବରଙ୍ଗପୁରରେ ଅବାଧରେ ଚାଲିଛି ପଲିଥିନ ବ୍ୟବହାର ; ପୌରପ୍ରଶାସନ ନୀରବଦ୍ରଷ୍ଟା

ନବରଙ୍ଗପୁର : ନବରଙ୍ଗପୁର ସହରରେ ପଲିଥିନ ବ୍ୟବହାର ବନ୍ଦ କରାଯାଇଥିବାବେଳେ ଏହା ଏବେ ବେଧଡକ ଭାବେ ଚାଲିଛି। ପରିବେଶକୁ ନଷ୍ଟ କରୁଥିବାରୁ ପଲିଥିନ ବ୍ୟବହାରକୁ ବେଆଇନ କରାଯାଇଥିଲା। ଏଥିପାଇଁ ଜିଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ବିଭିନ୍ନ ସମୟରେ ଚଢଉ କରାଯାଇଥିଲା। ପଲିଥିନକୁ ବ୍ୟବହାର ନ କରିବାକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର ସହ ଜନଜାଗରଣ କରାଯାଇଥିଲା। ସହରରେ ବେନିୟମ ଭାବେ ପଲିଥିନ ବ୍ୟବହାର ଓ ବିକ୍ରି କରୁଥିବା ଦେକାନଗୁଡିକ ଉପରେ ଜରିମାନା ପକାଯାଇଥିଲା। ଏପରିକି ଗାଦବାଗୁଡା ସ୍ଥିତ ଏକ ପଲିଥିନ ହୋଲସେଲ ଦୋକାନ ଉପରେ ଚଢଉ କରାଯାଇ ଲକ୍ଷାଧିକ ଟଙ୍କାର ଜରିମାନା ଆଦୟ କରାଯାଇ ଦୋକାନକୁ ସିଲ କରାଯାଇଥିଲା। ପ୍ରାୟ ଏକ ବର୍ଷଧରି ଜିଲା ପ୍ରଶାସନ, ପୌରପ୍ରଶାସନ ଓ ପୁଲିସ ପକ୍ଷରୁ ମିଳିତ ଭାବେ ଧରପଗଡ ଚାଲିବା ପରେ କରୋନା ପରଠାରୁ ଚଢାଉ ବନ୍ଦ ହୋଇଥିବା ଜଣାଯାଇଛି। ଫଳରେ ପୂର୍ବଭଳି ପଲିଥିନର ଅବାଧ କାରବାର ଚାଲିଛି। ସହରର ବିଭିନ୍ନ ଦୋକାନ ବଜାର ,ଗ୍ରୋସେରୀ, ହୋଟେଲ, ପରିବା ବଜାର, ସମସ୍ତ ପ୍ରକାର ଠେଲା ଦୋକାନ, ମାଛମାଂସ ଦୋକାନରେ ପଲିଥିନର ବ୍ୟବହାର ଚାଲିଛି। ଏପରିକି ବ୍ୟବହାର କରାଯାଉଥିବା ପଲିଥିନ ଗୁଡିକୁ ସହରର ମୁଖ୍ୟଡ୍ରେନ ଓ ସାହିର ନାଳ ଗୁଡିକ ଭିତରକୁ ପକାଯାଉଛି। ଫଳରେ ନାଳ ଗୁଡିକ ବନ୍ଦ ହୋଇ ଯାଉଛି। ଦୈନିକ ବ୍ୟବହୃତ ଶତାଧିକ କିଲୋ ପଲିଥିନ ଫୋପଡା ଯାଉଛି। ଏହି ପଲିଥିନିକୁ ଗୁଡିକୁ ଗାଇ ଗୋରୁ ଖାଉଥିବା ନଜରକୁ ଆସିଛି। ଯାହାକି ସେମାନଙ୍କର  ଜୀବନକୁ ବିପଦପୂର୍ଣ୍ଣ ହେଉଛି। ବିଭିନ୍ନ ପର୍ବପର୍ବାଣୀ, ବିବାହ ବ୍ରତ ଇତ୍ୟାଦିରେ ପଲିଥିନ ବ୍ୟବହାର କରାଯାଉଥିବା ବେଳେ ଏହି ବ୍ୟବହୃତ ପଲିଥିନକୁ ବିଶେଷ କରି ନଦୀ, ପୋଖରୀ ଓ କୂଅରେ ପକାଇ ଦିଆଯାଉଥିବାରୁ ପାଣି ପ୍ରଦୂଷିତ ହେଉଥିବାସହ ପୋତି ହେଉଥିବା  ଅଭିଯୋଗ ହେଉଛି। ତେବେ ସହରରେ ପଲିଥିନିର ଅତ୍ୟଧିକ ବ୍ୟବହାର ଆଗାମୀଦିନରେ ବହୁ ଅସୁବିଧାର ଦେଖାଦେବାର ସମ୍ଭାବନା ରହିଥିବାବେଳେ ଏହା ପରିବେଶ ପ୍ରଦୂଷଣ ସହ ବିପଦକୁ ଆମନ୍ତ୍ରଣ କରାଯାଉଥିବା ପରିବେଶବିତ୍‍ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories