www.samajalive.in
Sunday, December 7, 2025
14.1 C
Bhubaneswar

ମେଘା ସେକ୍ଟରରେ ବିଶ୍ୱ ବୃକକ୍ ଦିବସ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ସ୍ଥାନୀୟ ରାଜନଗର ପଞ୍ଚାୟତର ବେତଖୋଲି ଗ୍ରାମରେ ଗୁରୁବାର ବିଶ୍ୱ ବୃକକ୍ ଦିବସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଆୟୋଜିତ କାର୍ଯ୍ୟକ୍ରମରେ ସଂଯୋଜନା କରି ବୃକକ୍‌ ଜନିତ ରୋଗ ଅଣସଂକ୍ରାମକ ବୋଲି କହିଥିଲେ। ବୃକକ୍ର ମୁଖ୍ୟ କାର୍ଯ୍ୟ ପରିଶ୍ରା ପ୍ରସ୍ତୁତିକରଣ ଓ ପରିଶ୍ରା ମାଧ୍ୟମରେ ଶରୀରରୁ ଅଦରକାରୀ ଦ୍ରବ୍ୟ ଓ ଦୂଷିତ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ସହିତ ଏହା ରକ୍ତର ସାନ୍ଧ୍ରତା ତଥା ସୋଡିୟମ୍ ଓ ପଟାସିୟମ୍‌ର ଆନୁପାତିକ ସଂରକ୍ଷଣ ହୋଇଥାଏ। ବୃକକ୍‌ ଜନିତ ରୋଗର ଲକ୍ଷଣ ପରିଶ୍ରାରେ ଅନିୟମିତତା, ପୋଡାଜଳା, ଯନ୍ତ୍ରଣା ଓ ପାଦଫୁଲିବା ପରିଲକ୍ଷିତ ହେଲେ ତୁରନ୍ତ ଡାକ୍ତରଖାନାଯାଇ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସା ଗ୍ରହଣ କରିବା ଜରୁରୀ ବୋଲି ଶ୍ରୀ ଅସଲମ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜନଗର ସରପଞ୍ଚ ମହେନ୍ଦ୍ର ପରିଡା, ଗାଁ କଲ୍ୟାଣ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ନାୟକ, ସ୍ୱାସ୍ଥ୍ୟକର୍ମୀ ନମିତା ପ୍ରତାପ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡିକର୍ମୀ ମଧୁସ୍ମିତା ପ୍ରଧାନ, ମାମି ନାୟକ, ଆଶାକର୍ମୀ ଅମିତା ସାହୁଙ୍କ ସମେତ ଗାଁ କଲ୍ୟାଣ ସମିତିର ସଭ୍ୟମାନେ ଯୋଗଦେଇଥିଲେ। ଜନସଚେତନତା ପାଇଁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା।

 

Hot this week

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

Related Articles

Popular Categories